Latest Odisha News

BREAKING NEWS

ବିଜେଡି ନେତାଙ୍କୁ ବଡ଼ ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ବିଭିନ୍ନ ବୋର୍ଡର ଅଧ୍ୟକ୍ଷ ଓ ପରାମର୍ଶଦାତା ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର  ।  ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଛି ବିଜ୍ଞପ୍ତି  ।  ବିଜେଡିର ବରିଷ୍ଠ ନେତା ପ୍ରଶନ୍ନ ପାଟଶାଣୀଙ୍କୁ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର  । ସେହିପରି ଗଞ୍ଜାମର ବରିଷ୍ଠ ନେତା  ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ମଧ୍ୟ ଯୋଜନା ବୋର୍ଡ ସଦସ୍ୟ ହୋଇଛନ୍ତି ।

ସାଧୁ ନେପାକଙ୍କୁ ଯୋଜନା ବୋର୍ଡ ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ସେହିପରି ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଏକ୍ସପର୍ଟ ମେମ୍ବର ହୋଇଛନ୍ତି ରଘୁନାଥ ନାଇଡୁ, ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଏକ୍ସପର୍ଟ ମେମ୍ବର ହୋଇଛନ୍ତି ତୁମ୍ବନାଥ ପଣ୍ଡା । ସାରଦା ଜେନା ଜଗତସିଂହପୁର ଯୋଜନା ବୋର୍ଡ ଏକ୍ସପର୍ଟ ମେମ୍ବର ଭାବେ ନିଯୁକ୍ତ ହୋଇଛନ୍ତି । ମୟୂରଭଞ୍ଜ ଯୋଜନା ବୋର୍ଡ ଏକ୍ସପର୍ଟ ମେମ୍ବର ଭାବେ ଜିତେନ୍ଦ୍ର ମହାନ୍ତି ହୋଇଛନ୍ତି  ।

କଳିକେଶ ସିଂଦେଓ ହୋଇଛନ୍ତି ଓଡ଼ିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ,   ଲେନିନ ମହାନ୍ତି ହୋଇଛନ୍ତି ଓଟିଡିସି ଅଧ୍ୟକ୍ଷ  । ପୂର୍ବପରି କୁନା ତ୍ରିପାଠୀ  ଓଏଫଡିସି ଅଧ୍ୟକ୍ଷ ପଦ ବଜାୟ ରଖିଛନ୍ତି  । ଚିନ୍ମୟ ସାହୁ  ହୋଇଛନ୍ତି ଓଏସଆଇସି ଅଧ୍ୟକ୍ଷ, ମିନତି ବେହେରା ମହିଳା କମିଶନ ଅଧ୍ୟକ୍ଷା ହୋଇଥିବା ବେଳେ, ପ୍ରଦୀପ ମାଝିଙ୍କୁ ଏସଡିସି ପରାମର୍ଶଦାତା କରିଛନ୍ତି ରାଜ୍ୟ ସରକାର  । ସେହିଭଳି ସୁମିତ୍ରା ଜେନା ମହିଳା ଓ ଶିଶୁ ବିକାଶ  ଉପଦେଷ୍ଟା ହୋଇଥିବା ବେଳେ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ହୋଇଛନ୍ତି ଅମରେଶ ପତ୍ରୀ ।  ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ହୋଇଛନ୍ତି ସୁବାସ ମହାରଣା । ଓଡ଼ିଶା ବିହନ ନିଗମ ଅଧ୍ୟକ୍ଷ ହୋଇଛନ୍ତି ବିଜୟ ନାୟକ ।  ସଂଗ୍ରାମ ପାଇକରାୟ ଖଦି ଓ କୁଟୀର ଶିଳ୍ପ ବୋର୍ଡ ଅଧ୍ୟକ୍ଷ ହୋଇଛନ୍ତି ।

Leave A Reply

Your email address will not be published.