Latest Odisha News

BREAKING NEWS

ଚାଷୀଙ୍କୁ ଦଳିଦେଲା ହାତୀ

ବ୍ରହ୍ମପୁର:ଛତିଶଗଡ଼ରୁ ଆସିଥିବା ଏକ ହାତୀପଲକୁ ଘଉଡାଇବା ବେଳେ ଚାଷୀଙ୍କୁ ଦଳିଦେଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର ତାରସିଂ ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକ ଜଣକ ହେଲେ ଚାଷୀ ପବିତ୍ର ପାତ୍ର(୪୮)।
ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ଛତିଶଗଡ଼ରୁ ୧୭ଟି ହାତୀ ଉତ୍ତର ଘୁମୁସର ବନଖଣ୍ଡକୁ ଆସିଯାଇଛନ୍ତି। ହାତୀ ଆସିଥିବା ଯୋଗୁ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀମାନେ ଠେଙ୍ଗା, ବାଡି, ନିଅଁାହୁଳା ଓ ଟର୍ଚ୍ଚ ଧରି ଜଗି ରହିଥିଲେ। ଶନିବାର ରାତିରେ ହାତୀପଲ ଧାନବିଲରେ ପଶି ଧାନ ଖାଉଥିଲେ। ଚାଷୀମାନେ ହାତୀପଲଙ୍କୁ ଘଉଡ଼ାଇ ଥିଲେ । ଏହି ସମୟରେ ହାତୀ ପାଦତଳେ ଚାପି ହୋଇଯାଇଥିଲେ ପବିତ୍ର। ଅନ୍ୟ ଚାଷୀମାନେ ପ୍ରାଣ ବିକଳରେ ସେଠାରୁ ଚାଲି ଯାଇଥିଲେ । ରବିବାର ସକାଳେ ବନ କର୍ମଚାରୀମାନେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲକୁ ପଠାଇଥିଲେ । ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ବନ ବିଭାଗ କହିଛି।

Leave A Reply

Your email address will not be published.