ବ୍ରହ୍ମପୁର:ଛତିଶଗଡ଼ରୁ ଆସିଥିବା ଏକ ହାତୀପଲକୁ ଘଉଡାଇବା ବେଳେ ଚାଷୀଙ୍କୁ ଦଳିଦେଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର ତାରସିଂ ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକ ଜଣକ ହେଲେ ଚାଷୀ ପବିତ୍ର ପାତ୍ର(୪୮)।
ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ଛତିଶଗଡ଼ରୁ ୧୭ଟି ହାତୀ ଉତ୍ତର ଘୁମୁସର ବନଖଣ୍ଡକୁ ଆସିଯାଇଛନ୍ତି। ହାତୀ ଆସିଥିବା ଯୋଗୁ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀମାନେ ଠେଙ୍ଗା, ବାଡି, ନିଅଁାହୁଳା ଓ ଟର୍ଚ୍ଚ ଧରି ଜଗି ରହିଥିଲେ। ଶନିବାର ରାତିରେ ହାତୀପଲ ଧାନବିଲରେ ପଶି ଧାନ ଖାଉଥିଲେ। ଚାଷୀମାନେ ହାତୀପଲଙ୍କୁ ଘଉଡ଼ାଇ ଥିଲେ । ଏହି ସମୟରେ ହାତୀ ପାଦତଳେ ଚାପି ହୋଇଯାଇଥିଲେ ପବିତ୍ର। ଅନ୍ୟ ଚାଷୀମାନେ ପ୍ରାଣ ବିକଳରେ ସେଠାରୁ ଚାଲି ଯାଇଥିଲେ । ରବିବାର ସକାଳେ ବନ କର୍ମଚାରୀମାନେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲକୁ ପଠାଇଥିଲେ । ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ବନ ବିଭାଗ କହିଛି।
BREAKING NEWS
- ଐତିହାସିକ ଫୁଟବଲ୍ ମ୍ୟାଚ୍ରେ ଭାରତକୁ ୪-୦ରେ ହରାଇଲା ବ୍ରାଜିଲ; ଏଷ୍ଟେଭାଓ, ପେଡ୍ରୋ ଓ ସାମୁଏଲ୍ ଲିନୋଙ୍କ ଗୋଲ୍
- Krushi Unnata Sahayogi: ‘କୃଷି ଉନ୍ନତ ସହଯୋଗୀ’ର ଶୁଭାରମ୍ଭ:୩୧୪ ବ୍ଲକରେ ନିୟୋଜିତ ହେବେ ୯୬୪ ଜଣ କୃଷି ଛାତ୍ର ସହଯୋଗୀ
- ଭାରତୀୟ ଦଳର ଏକଦିବସୀୟରେ ନୂଆ ଛକା ରେକର୍ଡ
- CJP protest at Shivaji Park:ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ;ଦିପକେଙ୍କ ସମେତ ୫୦୦ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ
- ଶାରଦୀୟ ଦୁର୍ଗାପୂଜା; ଆଜିଠୁ ଶ୍ରୀକ୍ଷେତ୍ରରେ ଷୋଳପୂଜା ବିଧି ଆରମ୍ଭ
- Strait of Hormuz:ହର୍ମୁଜରେ ଅଶୋଧିତ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ଉଦ୍ଧାର
- ଏମ.ଏସ. ଧୋନିଙ୍କ ରେକର୍ଡ ସହ ସମକକ୍ଷ ହେଲେ ରାହୁଲ
- ନେସଲେର ‘ଲୋ ଫ୍ୟାଟ୍ ଡେରୀ ହ୍ୱାଇଟନ’ର ବିକ୍ରି ଉପରେ ରୋକ୍; କାହିଁକି ଅସୁରକ୍ଷିତ…
- ପୁରୁଷ ହକିରେ ଭାରତୀୟ ଦଳକୁ ସ୍ୱର୍ଣ୍ଣ, ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ
- Shingles: କେବଳ ଚର୍ମ ରୋଗ ନୁହେଁ, ହୃଦୟ ଓ ମସ୍ତିଷ୍କକୁ କରିପାରେ ଆଟାକ୍

Comments are closed.