Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟା ଗୁଲାବ ପାଇଁ ସଜାଗ ଗଞ୍ଜାମ ପ୍ରଶାସନ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଜରୁରୀ କାଳୀନ ବୈଠକ । ବିଭିନ୍ନ ବିଭାଗର ଅଧିକାରୀ ମାନେ ବୖଠକରେ ଉପସ୍ଥିତ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିରୋ କାଜୁଆଲଟି ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ସମୁଦ୍ର ଓ ନଦୀ କୂଳିଆ ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ତହସିଲଦାର ମାନଙ୍କୁ କୁହାଯାଇଛି | ଆବଶ୍ୟକ ପଡିଲେ ଲୋକଙ୍କୁ ସ୍ଥାନନ୍ତରିତ କରାଯିବ । ସ୍କୁଲ, ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରିବାକୁ କୁହାଯାଇଛି ।

ରବିବାର ଓ ସୋମବାର ସମୁଦ୍ର କୂଳକୁ କାହାକୁ ଛଡାନଯିବାକୁ ପରାମର୍ଶ ଦିଆଯାଇଛି । ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରାଯିବା ସହ ଆବଶ୍ୟକ ହେଲେ ମେଡିକାଲକୁ ସ୍ଥାନନ୍ତରିତ କରାଯିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ବାତ୍ୟା ତିତିଲି ସମୟରେ ଯେଉଁ ସବୁ ଅଞ୍ଚଳ କ୍ଷତି ହୋଇଥିଲା ସେଥିପ୍ରତି ଧ୍ୟ୍ୟନ ଦେବାକୁ ଜିଲ୍ଲାପାଳ କହିଛନ୍ତି |

Leave A Reply

Your email address will not be published.