Latest Odisha News

ମୃତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶ ଦାତା ମାନସ ମଙ୍ଗରାଜ । ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ଏହି ସହାୟତା ରାଶି ଘୋଷଣା କରାଯାଇଥିବା ଜଣାପଡ଼ିଛି । ଗତକାଲି ମୁଣ୍ଡୁଳିରେ ଫଶିଥିବା ହାତୀକୁ ଉଦ୍ଧାର କରିବା ପାଇଁ ଯାଇଥିବା ସମୟରେ ବୋଟ୍ ଓଲଟି ପଡ଼ିବା ଯୋଗୁଁ ଭାସିଯାଇ ଅରିନ୍ଦଙ୍କ ମୃତ୍ୟୁ ହୋଇଥିଲା ।

 

Leave A Reply

Your email address will not be published.