Latest Odisha News

BREAKING NEWS

କୋଭିଡ ଯୋଦ୍ଧାଙ୍କ ମୃତ୍ୟୁରେ ଗଞ୍ଜାମ ଜିଲ୍ଲାପାଳଙ୍କ ଶୋକପ୍ରକାଶ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଜଣେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ସୂଚନାନୁଯାୟୀ, ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ରେ କାର୍ଯ୍ୟରତ ଜଣେ ସହାୟକ ଯନ୍ତ୍ରୀ କୈଳାଶ ଚନ୍ଦ୍ର ନାୟକଙ୍କ ମୃତ୍ୟୁ ହୋଇଛି । ଯିଏକି କରୋନା କାର୍ଯ୍ୟରେ ନିୟୋଜିତ ହୋଇ ପ୍ରାଣ ହରାଇଛନ୍ତି । କାର୍ଯ୍ୟ ପ୍ରତି ତାଙ୍କର ସମର୍ପିତ ମନୋଭାବ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ।

ଏନେଇ ଜିଲ୍ଲାପାଳ ଟ୍ୱିଟ୍ କରିବା ସହ କହିଛନ୍ତି ଯେ ଆମେ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛୁ । ଏହାସହ ସେ ଜନସାଧାରଣଙ୍କୁ କୋଭିଡ-୧୯ ନିୟମ ପାଳନ କରିବା ଲାଗି ଅନୁରୋଧ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗଞ୍ଜାମରେ ବର୍ତ୍ତମାନ ୨୭୫୪ଟି ସକ୍ରିୟ ମାମଲା ରହିଥିବା ବେଳେ ୪୦୭୬ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାବ୍ୟତିତ ୬୭ ଜଣ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.