Latest Odisha News

BREAKING NEWS

ସାଉଥ ସୁପରଷ୍ଟାର ନୀତିନ୍‌ଙ୍କ ସରିଲା ନିର୍ବନ୍ଧ, ଖୁବ୍‌ଶୀଘ୍ର କରିବେ ବିବାହ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ହାତକୁ ଦି ହାତ ହେବେ ସାଉଥ ସୁପରଷ୍ଟାର ନୀତିନ୍ । ତାଙ୍କ ଦୀର୍ଘଦିନର ପ୍ରେମିକା ଶାଲିନୀ କାଣ୍ଡୁକୁରୀଙ୍କ ସହ ତାଙ୍କର ସରିଛି ନିର୍ବନ୍ଧ । ବୁଧବାର ଦିନ ହାଇଦ୍ରାବାଦରେ ଉଭୟ ପରିବାର ଓ ସାଙ୍ଗସାଥିଙ୍କ ଉପସ୍ଥିତିରେ ଶାଲିନୀଙ୍କୁ ଏଙ୍ଗେଜମେଂଟ ରିଙ୍ଗ ପିନ୍ଧାଇଛନ୍ତି ନୀତିନ୍ । ଏବେ ତାଙ୍କ ନିର୍ବନ୍ଧର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ଫଟୋରେ ନୀତିନ୍ ଓ ଶାଲିନୀ ବେଶ୍ ଖୁସି ଥିବା ନଜର ଆସିଛନ୍ତି । ନୀତିନ ନିଜ ନିର୍ବନ୍ଧରେ ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ଶାଲିନୀ ଅରେଂଜ ଏବଂ ରେଡ୍ କଲରର ଶାଢ଼ୀ ପିନ୍ଧିଥିଲେ । ଦୁହିଁଙ୍କ ଏହି ଟ୍ରାଡିସନାଲ ଲୁକ୍ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । ଚଳିତ ବର୍ଷ ଏପ୍ରିଲ ୧୬ରେ ଉଭୟଙ୍କ ବିବାହ ସ୍ଥିର ହୋଇଥିଲା । ତେବେ ଲକଡାଉନ୍ ସବୁ ବିଗାଡି ଦେଇଥିଲା । ଏବେ ଆସନ୍ତା ଜୁଲାଇ ୨୬ରେ ଉଭୟ ବିବାହ କରିବେ ବୋଲି ଜଣାପଡିଛି । ତାଙ୍କର ଏହି ବିବାହ କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ଅତିଥି ଓ କେତେକ ତେଲୁଗୁ ଫିଲ୍ମ ଷ୍ଟାର ଯୋଗ ଦେବ ବୋଲି ଜଣାପଡିଛି ।

Leave A Reply

Your email address will not be published.