Latest Odisha News

BREAKING NEWS

ଦୋକାନୀଙ୍କ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ନିୟମ: କରୋନା କଟକଣା ଭାଙ୍ଗିଲେ ଗଣିବେ ତଣ୍ଡ

ଗଞ୍ଜାମ: କରୋନା ମୁକାବିଲା ପାଇଁ ଦିନକୁ ଦିନ ନୂଆ କଟକଣା ମାନ ଲାଗୁ କରୁଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ନିୟମ ଅନୁଯାୟୀ, ଏଥର କରୋନା ନିୟମ ଭାଙ୍ଗିଲେ ଦୋକାନୀ ମାନେ ଗଣିବେ ତଣ୍ଡ।

ଗଞ୍ଜାମ ଜିଲ୍ଲାପାଳଙ୍କ ଟ୍ୱିଟ ଅନୁଯାୟୀ, କୋରୋନା ନିୟମ ଭାଙ୍ଗିଲେ ତଣ୍ଡ ଗଣିବେ ଦୋକାନୀ। ପ୍ରଥମ ଥର ନିୟମ ଭାଙ୍ଗିଲେ ୧୫ ଦିନ ଯାଏଁ ଦୋକାନ ସିଲ ହେବା ସହ ୫ ହଜାର ଟଙ୍କା ଫାଇନ୍‌ ଗଣିବେ ଦୋକାନୀ।

ଦ୍ବିତୀୟ ଥର ପାଇଁ ନିୟମ ଭାଙ୍ଗିଲେ ଦୋକାନୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ସହ ସହ ୧ ମାସ ଯାଏଁ ଦୋକାନକୁ ବନ୍ଦ କରିବ ଜିଲ୍ଲା ପ୍ରଶାସନ।

ଏହାଛଡା ଆଜିଠୁ ଜିଲ୍ଲାର ସହରାଞ୍ଚଳରେ ଆରମ୍ଭ ହେବ ଡୋର୍ ଟୁ ଡୋର୍ ସ୍କ୍ରିନିଂ । ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଯେଉଁ ସବୁ ଅଞ୍ଚଳରେ ସ୍କ୍ରିନିଂ ଅଭିଯାନ ଚାଲିବ ସେସବୁ ଅଞ୍ଚଳକୁ ତିନିରୁ ଚାରି ଘଣ୍ଟା ସଟଡାଉନ୍ କରାଯିବ ।

Leave A Reply

Your email address will not be published.