Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଦେବଗଡ ପୌର ନିର୍ବାହୀ ଅଧିକାରୀ

ଦେବଗଡ: ଭିଜିଲାନ୍ସ ଜାଲରେ ଫସିଛନ୍ତି ଦେବଗଡ଼ ମୁନସିପାଲିଟିର ନିର୍ବାହୀ ଅଧିକାରୀ କୁଞ୍ଜ ପ୍ରଧାନ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଉପରେ ହୋଇଛି ଭିଜିଲାନ୍ସ ଚଢାଉ।

ସୂଚନାନୁସାରେ, ଭିଜିଲାନ୍ସର ୪ ଟି ଟିମ ଏକ ସମୟରେ ୪ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ନିର୍ବାହୀ ଅଧିକାରୀଙ୍କ ଦେବଗଡ ସ୍ଥିତ ବାସଭବନ, ଅଫିସ, ପୈତୃକ ବାସଗୃହ, ଓ ଶଶୁର ଘରେ ଏକା ସାଙ୍ଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି।

ଏହି ଅଧିକାରୀଙ୍କର ଝାରସୁଗୁଡ଼ା ଜିଲ୍ଲା କଟାପାଲି ଗ୍ରାମରେ ଦୁଇ ମହଲା କୋଠା ଘର, ଗୋଟିଏ କାର ଠାବ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.