Latest Odisha News

BREAKING NEWS

କରୋନା ଭୟରେ ଏଏସଆଇଙ୍କ ମୃତଦେହକୁ ନେଉନାହାଁନ୍ତି ପରିବାର ଲୋକେ

ଗଞ୍ଜାମ: ଗଞ୍ଜାମରେ ଦିନକୁ ଦିନ କୋଭିଡ-୧୯ ସଂକ୍ରମଣ ବଢୁଥିବା ବେଳେ କରୋନା ସନ୍ଦେହରେ ଜଣେ ପୋଲିସ ଏଏସଆଇଙ୍କ ମୃତ ଦେହ ବହୁ ସମୟ ଧରି ପଡି ରହିଥିବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି । ଏପରିକି ପରିବାର ଲୋକେ ଆସିନଥିବା ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି।

ମୃତ ପୋଲିସ ଅଧିକାରୀ ଜଣକ ହେଉଛନ୍ତି ଏଏସଆଇ ରବିନ୍ଦ୍ର ନାଥ ବେହେରା । ଯିଏକି ଭଞ୍ଜନଗର କୋର୍ଟରେ ମୁତୟନ ଥିଲେ ।

ସୂଚନାନୁଯାୟୀ, ଗତ ୪ ଦିନ ପୂର୍ବେ ତାଙ୍କୁ ଥଣ୍ଡା ଜ୍ୱର ଲାଗି ରହିଥିଲା । ଯାହା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ କୋଦଳା ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ମୃତଦେହକୁ କେହି ନେଉ ନଥିବା ବେଳେ ତାଙ୍କ ମୃତଦେହକୁ ମେଡିକାଲ୍ ପରିସରରେ ରଖାଯାଇଥିବା ସୁତ୍ରରୁ ପ୍ରକାଶ ।

ତେବେ କରୋନା ସଂକ୍ରମଣରେ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରି ତାଙ୍କ ସମ୍ପର୍କୀୟ ତଥା ପରିବାର ବର୍ଗ କେହି ମଧ୍ୟ ମୃତ ଦେହକୁ ନେବା ପାଇଁ ଆସିନଥିବା ସୂଚନା ମିଳିଛି ।

Comments are closed.