Latest Odisha News

BREAKING NEWS

ଗଞ୍ଜାମରେ ଦଣ୍ଡନାଚକୁ ପ୍ରଶାସନର ଅନୁମତି

ବ୍ରହ୍ମପୁର: ଗଞ୍ଜାମରେ ଦଣ୍ଡନାଚ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି । କରୋନା କଟକଣା ଭିତରେ ଦଣ୍ଡଯାତ୍ରା ପାଳନକୁ ଅନୁମତି ପ୍ରଦାନ କରାଯାଇଛି । କେବଳ ସ୍ଥାନୀୟ କଳାକାରଙ୍କୁ ନେଇ ଦଣ୍ଡନାଚ ଅନୁଷ୍ଠିତ ହେବ । ପୂର୍ବରୁ ନିର୍ଦ୍ଦେଶାନାମାରେ ସାମାନ୍ୟ ପରିବର୍ତ୍ତନ କରି ଦଣ୍ଡଯାତ୍ରା ପାଳନକୁ ଅନୁମତି ପ୍ରଦାନ କରାଯାଇଛି । 

ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କଟକଣାକୁ ନେଇ ଅସନ୍ତୋଷ ଜାହିର କରିଥିଲେ ଲୋକେ । ୨ ଶହ ଲୋକଙ୍କୁ ନେଇ ଦଣ୍ଡନାଚ କରିବାକୁ ଅନୁମତି ପ୍ରଦାନ କରାଯାଇଥିଲା ।  ତାଠୁ ଯଦି ଅଧିକ ହେଲେ, ଆୟୋଜକ ଦାୟୀ ରହିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଇଥିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ସେହିପରି କୌଣସି ଭୋଜିଭାତ କିମ୍ବା ପ୍ରସାଦ ସେବନ କାର୍ଯ୍ୟକ୍ରମକୁ ବାରଣ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଆଦୌ ହୋଇପାରିବ ନାହିଁ ବୋଲି କୁହାଯାଇଥିଲା ।

Leave A Reply

Your email address will not be published.