Latest Odisha News

BREAKING NEWS

ବ୍ରହ୍ମପୁର MKCG ମେଡିକାଲର OPD ବନ୍ଦ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରରେ ଓପିଡି ବନ୍ଦ । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଓ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖିଏଭଳି ପଦକ୍ଷେପ ନେଇଛି ପ୍ରଶସାନ । ଟ୍ୱିଟ୍ କରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ହସ୍ପିଟାଲ ପରିସରରେ ପ୍ରବେଶ ଉପରେ କିଛି କଟକଣା ଜାରି ହୋଇଛି ।
କଣ ରହିଛି ଗାଇଡଲାଇନ୍
୧. କେବଳ ଗୁରୁତର ରୋଗୀ ଓ ଷ୍ଟାଫଙ୍କୁ କ୍ୟାମ୍ପସ ଭିତରକୁ ଯିବାକୁ ଅନୁମତି ମିଳିବ
୨. ରୋଗୀଙ୍କ ସହ ଜଣେ ସମ୍ପର୍କୀୟଙ୍କୁ ଭିତରକୁ ଯାଇପାରିବେ
୩. ମୁଖ୍ୟ ଫାଟକକୁ ଛାଡ଼ି ଅନ୍ୟ ସମସ୍ତ ପ୍ରବେଶ ପଥ ବନ୍ଦ କରାଯିବ
୪. ମୁଖ୍ୟ ଫାଟକରେ ମୁତୟନ ରହିବେ ପୋଲିସ ଅଧିକାରୀ ଓ କର୍ମଚାରୀ
୫. ମେଡିକାଲକୁ ସଂଯୋଗ କରୁଥିବା ଅନ୍ୟ ସମସ୍ତ ରାସ୍ତାରେ ବ୍ୟାରିକେଡ୍ କରାଯିବ
୬. ମେଡିକାଲ ପରିସରରେ କର୍ମଚାରୀ, ରୋଗୀ ଓ ଆଟେଣ୍ଟାଣ୍ଟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
୭. ନିୟମର ଉଲ୍ଲଂଘନ କଲେ ଜରିମାନା ଆଦାୟ ହେବ
୮. ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଦିଆଯାଇଛି ବ୍ୟବସ୍ଥାର ସୁପରିଚାଳନା ଦାୟିତ୍ୱ

ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ତିନି ହଜାର ହେଲାଣି । ମୃତ୍ୟୁ ସଂଖ୍ୟା ବି ଅଧିକ । ସଂକ୍ରମଣ ବଢୁଥିବାରୁ ଜିଲ୍ଲାର ସମସ୍ତ ମ୍ୟୁନିସିପାଲିଟି ଓ ବ୍ଲକ ହେଡକ୍ୱାର୍ଟର୍ସରେ ଆସନ୍ତାକାଲିଠୁ ଆମ୍ଭ ହେବ ଡୋର୍ ଟୁ ଡୋର୍ ସ୍କ୍ରିନିଂ । ଏଥିପାଇଁ ୧୩ ତାରିଖ ଯାଏଁ ଜିଲ୍ଲାର ସମସ୍ତ ସହରାଞ୍ଚଳକୁ ସଟଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.