Latest Odisha News

BREAKING NEWS

ଭଲ ଖବର: ଗଞ୍ଜାମରେ ସୁସ୍ଥ ହେଲେଣି ୯୫% କରୋନା ଆକ୍ରାନ୍ତ

ଗଞ୍ଜାମ: କରୋନାର ଦିନେ ରେଡହଟ୍ ଜିଲ୍ଲା ଥିବା ଗଞ୍ଜାମ ଏବେ ମହାମାରୀକୁ ନିୟନ୍ତ୍ରଣକୁ ଆଣୁଛି । ଧୀରେ ଧୀରେ ସଂକ୍ରମଣ କମିବାରେ ଲାଗିଛି । କମ୍ ଆକ୍ରାନ୍ତ ହସ୍ପିଟାଲ ଯାଉଛନ୍ତି । ବେଶୀ ଡିସଚାର୍ଜ ହେଉଛନ୍ତି । ଦିନେ ଆକ୍ଟିଭ୍ କେସରେ ରାଜ୍ୟରେ ଏକ ନମ୍ୱର ଜିଲ୍ଲା ଥିବା ଗଞ୍ଜାମ ୨୦ଟି ସ୍ଥାନ ପଛକୁ ଆସିଛି ।
ସୁସ୍ଥ ହାର ୯୫.୪୭%
ଗତ ୨୪ ଘଣ୍ଟାରେ ଗଞ୍ଜାମରୁ ୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୬୭ । ସୁସ୍ଥ ହୋଇଛନ୍ତି ୧୮ ହଜାର ୨୦୪ । ଅର୍ଥାତ ୯୫.୪୭ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହେଲେଣି ।

ଗଞ୍ଜାମ ଜିଲ୍ଲାରେ ଚିକିତ୍ସାଧୀନ ଅଛନ୍ତି ୬୪୧ କରୋନା ଆକ୍ରାନ୍ତ । ରାଜ୍ୟର କରୋନା ଆକ୍ଟିଭ୍ କେସ୍ ଜିଲ୍ଲା ତାଲିକାରେ ୨୧ତମ ସ୍ଥାନରେ ରହିଛି ଗଞ୍ଜାମ ।
ମୃତ୍ୟୁସଂଖ୍ୟାରେ ଆଗରେ
ଗଞ୍ଜାମ ଜିଲ୍ଲାରୁ ଏବେ ପ୍ରତିଦିନ ଶହେରୁ କମ୍ ନୂଆ ପଜିଟିଭ୍ କେସ୍ ସାମନାକୁ ଆସୁଛି । କମି କମି ଯାଉଛି ଆକ୍ଟିଭ୍ କେସ୍ । ରାଜ୍ୟରେ ସଂକ୍ରମିତ ଜିଲ୍ଲା ତାଲିକାରେ ଖୋର୍ଦ୍ଧା ପରେ ଦୁଇ ନମ୍ୱର ସ୍ଥାନରେ ରହିଛି ଗଞ୍ଜାମ । କିନ୍ତୁ ମୃତ୍ୟୁସଂଖ୍ୟାରେ ଟପ୍ ପୋଜିସନରେ ରହିଛି । ୨୧୪ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.