ବ୍ରହ୍ମପୁର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଦନାମ୍ ପାଇଁ ଗଞ୍ଜାମ ଜିଲାକୁ ଅବହେଳା କରାଯାଉଛି ବୋଲି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ। ଶନିବାର ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିକରଡା ଗ୍ରାମରେ ଅନୁଷ୍ଠିତ ପଦଯାତ୍ରାରେ ସାମିଲ ହୋଇ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ହଜାର ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଉଛି। କିନ୍ତୁ ଗଞ୍ଜାମ ଜିଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଜିଲାର ସଂସ୍କୃତି, ପରମ୍ପରା, ରାଜନୀତି କ୍ଷେତ୍ରରେ ଅବହେଳା କରିବା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ବକୁ ଦୁର୍ବଳ ପାଇଁ ଏବଂ ତାଙ୍କ ଜିଲାରେ ତାଙ୍କୁ ବଦନାମ ପାଇଁ ଯୋଜନା କରାଯାଉଛି। ଜଣେ ଅଧିକାରୀ ବିଭିନ୍ନ ଜିଲା ବୁଲି କେଉଁଠି ଦୁଇ ହଜାର କୋଟି, କେଉଁଠି ୩ ହଜାର କୋଟି, ମେଡିକାଲ କଲେଜର ଉନ୍ନତି ନିମନ୍ତେ ଘୋଷଣା କରୁଛନ୍ତି । କିନ୍ତୁ ଦକ୍ଷିଣ ଓଡ଼ିଶାର ୧୦ ଟି ଜିଲାବାସୀ ନିର୍ଭର କରୁଥିବା ବ୍ରହ୍ମପୁର ଏମକେସିଜି ମେଡ଼ିକାଲର ଉନ୍ନତି ପାଇଁ ଟଙ୍କାଟିଏ ଘୋଷଣା କରାଯାଉ।ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଜିଲା ହେଉଛି ଗଞ୍ଜାମ ଜିଲା । ଲୋକଙ୍କ ବହୁ ଆଶା ଭରସା ମଧ୍ୟ ରହିଛି। କିନ୍ତୁ ଅଞ୍ଚଳବାସୀ ସ୍ବାସ୍ଥ୍ୟ ସେବା ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି। ଏଣୁ ଏମକେସିଜି ପ୍ରତି କ’ଣ ସରକାରଙ୍କ ଦୃଷ୍ଟିରେ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା ମନ୍ଦିରର ଉନ୍ନତି ନିମନ୍ତେ ହଜାର ହଜାର କୋଟି ଘୋଷଣା ହେଉଥିବା ବେଳେ ଗଞ୍ଜାମ ଜିଲାରେ ଥିବା କୌଣସି ମନ୍ଦିରର ଉନ୍ନତି ନିମନ୍ତେ ଟଙ୍କାଟିଏ ଅନୁଦାନ ଦିଆଯାଉନାହିଁ। ପଞ୍ଚମା ଗଣେଶ ମନ୍ଦିରର ପୁନରୁଦ୍ଧାର ନିମନ୍ତେ ୧୦୦ କୋଟି ଟଙ୍କା ଦାବି ଜଣାଇଥିଲି। କିନ୍ତୁ ଏହା କଲେ ନାହିଁ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ରାଜ୍ୟରେ ଥିବା ପ୍ରମୁଖ ୩ ରାଜନୈତିକ ଦଳ ଜଣେ ସୁଦକ୍ଷ ମହିଳାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରିବା ପାଇଁ କଣ ପଦକ୍ଷେପ ନେଲେଣି ତାହା ଓଡିଶବାସୀଙ୍କୁ ଜଣାନ୍ତୁ ବୋଲି ସେ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ବିଭିନ୍ନ ପ୍ରକଳ୍ପ ଉଦଘାଟନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କରାଯାଉଛି। ତାହା ହେଲେ ଆଉ ବିଧାୟକ, ଜିଲା ପରିଷଦ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ ପଦବୀ ଦରକାର ନାହିଁ। ଏହା ଏକ ଖରାପ ପରମ୍ପରା ସୃଷ୍ଟି କରୁଥିବା ବେଳେ ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ମତପ୍ରକାଶ କରିଥିଲେ। ବିଧାୟକ ପାଣିଗ୍ରାହୀ ଚିକରଡାରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଗାଁ ମଣ୍ଡପରେ ପଞ୍ଚାୟତର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା।
BREAKING NEWS
- ମଣିଷ-କୁମ୍ଭୀର ଲଢ଼େଇ; ମରଣ ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ଦୁଇ ଭାଇ
- ଭିଜିଲାନ୍ସ ପଞ୍ଝାରେ ମୟୁରଭଞ୍ଜ ପୂର୍ତ୍ତ ବିଭାଗ AEE
- ଫ୍ଲାଇଦୁବାଇ ହାଇଜାକର ଅଲ୍ ହମାମୀର ବିସ୍ଫୋରକ ସ୍ଵୀକାରୋକ୍ତି; ମୁଁ ମରିବାକୁ ଡରେ ନାହିଁ…
- ଗହୀରମଥାରେ ବେଆଇନ ମାଛଧରା; ୭ ମତ୍ସ୍ୟଜୀବୀ ଗିରଫ
- ‘ଇସ୍ତଫା ଦେବାର କୌଣସି ଅର୍ଥ ନାହିଁ’ : ଟି-୨୦ ଅଧିନାୟକ ପଦରୁ ଓହରିବେ ନାହିଁ ଲିଟନ ଦାସ
- ଭାରତୀୟ କମ୍ପାନୀ ଉପରେ ଋଷର ଡ୍ରୋନ ଆକ୍ରମଣ, ଜଣେ ମୃତ
- ଫ୍ଲାଇଦୁବାଇ ବିମାନ ୯/୧୧ ଶୈଳୀରେ ତେଲ୍ ଆଭିଭ୍ର ଅଟ୍ଟାଳିକାରେ ବିମାନ ପିଟିବାକୁ ଯୋଜନା କରିଥିଲା କୋ-ପାଇଲଟ୍
- ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ:ମୁଖ୍ୟମନ୍ତ୍ରୀ
- ନିଶା ବେପାରୀଙ୍କ ଉପରେ ପୋଲିସର ବଡ଼ ଆକ୍ସନ; ୪୦୩ ଗ୍ରାମ ବ୍ରାଉନ୍ ସୁଗାର ଜବତ; ଛଅ ଗିରଫ
- ‘MICE ଇନ୍ସେଣ୍ଟିଭ୍ ପୋର୍ଟାଲ୍’ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ;ନିବେଶ ଓ ଅନୁଭୂତିଭିତ୍ତିକ ଭ୍ରମଣକୁ ପ୍ରୋତ୍ସାହିତ କରିବ

Comments are closed.