Latest Odisha News

BREAKING NEWS

୯୦ତମ ଏୟାରଫୋର୍ସ ଡେ: ଭୂପୃଷ୍ଠ ଏବଂ ବାୟୁବାହୀ ଅସ୍ତ୍ର ପ୍ରଣାଳୀ ଗୋଟିଏ ବ୍ୟବସ୍ଥାରେ ରହିବେ

ଚଣ୍ଡିଗଡ଼: ୯୦ତମ ଏୟାରଫୋର୍ସ ଡେ’  ଚଣ୍ଡୀଗଡରେ ଅନୁଷ୍ଠିତ ହୋଇଯାଇଛି । ଏୟାର ଶୋ’ର କମାଲ ସାରା ବିଶ୍ବର ଗଣମାଧ୍ୟମରେ ଚର୍ଚା ହେଉଛି । ସେପଟେ ଭାରତୀୟ ବାୟୁସେନା (ଆଇଏଏଫ୍‍) ପାଇଁ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ସରକାର ନୂତନ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା (ଡବ୍ଲ୍ୟୁଏସ୍‌) ଶାଖା ଗଠନକୁ ଅନୁମୋଦନ କରିଛନ୍ତି । ଡବ୍ଲ୍ୟୁଏସ୍ ଶାଖା ସୃଷ୍ଟି ହେବା ଦ୍ୱାରା ଭୂପୃଷ୍ଠ-ଆଧାରିତ ତଥା ବିଶେଷ ବାୟୁବାହୀ ଅସ୍ତ୍ର ପ୍ରଣାଳୀ କାର୍ଯ୍ୟକ୍ଷମ ପାଇଁ ଗୋଟିଏ ସଂସ୍ଥା ଅଧୀନରେ ସମସ୍ତ ଅସ୍ତ୍ର ପ୍ରଣାଳୀ ଅପରେଟରଙ୍କ ଏକୀକରଣ ହୋଇପାରିବ ।

ଏହି ଶାଖା ଭୂପୃଷ୍ଠରୁ- ଭୂପୃଷ୍ଠ କ୍ଷେପଣାସ୍ତ୍ର, ଭୂପୃଷ୍ଠ ରୁ -ଆକାଶ କ୍ଷେପଣାସ୍ତ୍ର, ରିମୋଟ ପରିଚାଳିତ ବିମାନ ଏବଂ ଦୁଇ କିମ୍ବା ବହୁ ଚାଳକ ବିମାନରେ ଅସ୍ତ୍ରଶସ୍ତ୍ର ଚାଳନା କରୁଥିବା ଅପରେଟରମାନଙ୍କୁ ଅନ୍ତର୍ଭୁକ୍ତ କରିବ । ଭାରତୀୟ ବାୟୁସେନାର ଯୁଦ୍ଧ କ୍ଷମତା ଏହାଦ୍ବାରା ବୃଦ୍ଧି କରିବାରେ ସହାୟକ ହେବ । ଦେଶ ସ୍ବାଧୀନ ହେବା ପରଠାରୁ ଏହା ହେଉଛି କେନ୍ଦ୍ର ସରକାରଙ୍କ ପ୍ରଥମ ପଦକ୍ଷେପ ।

ଏହାଦ୍ବାରା ଅଧିକ ଶକ୍ତିଶାଳୀ ହେବ ବାୟୁସେନା । ଏହାଦ୍ବାରା ୩ ହଜାର ୪୦୦ କୋଟି ଟଙ୍କାର ସଞ୍ଚୟ ହୋଇପାରିବ ବୋଲି ଏୟାର ଚିଫ ମାର୍ଶାଲ ଭି ଆର୍ ଚୌଧୁରୀ କହିଛନ୍ତି ।

ଆଜି ଏୟାର ଫୋର୍ସ ଦିବସରେ ଅତ୍ୟାଧୁନିକ ଯୁଦ୍ଧ ବିମାନରେ ଆକାଶରେ ବାୟୁସେନା ଦେଖାଇଛି ନାନା କୌଶଳ । ଏୟାରଫୋର୍ସ ଡେ ଉପଲକ୍ଷେ  ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ୧୯୩୨ ଅକ୍ଟୋବର ୮ ତାରିଖରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା ।

Leave A Reply

Your email address will not be published.