Latest Odisha News

କରୋନାରେ ଗଂଜାମ ସାମ୍ବାଦିକଙ୍କ ମୃତ୍ୟୁ

ଗଂଜାମ : ହିଂଜିଳିକାଟୁର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କର କରୋନା ସଂକ୍ରମଣ ଯୋଗୁଁ ମୁତ୍ୟୁ ହୋଇଛି । ଆଜି ଅପରାହ୍ନରେ କିମସ୍ କୋଭିଡ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ।

ଗତ ୧୫ ଦିନ ହେଲା ସେ ଅସୁସ୍ଥ ଥିବାରୁ ତାଙ୍କ ସ୍ୱାବ ନମୁନା ଟେଷ୍ଟ କରାଯାଇଥିଲା । ସେତେବେଳେ ସେ ପଜିଟିଭ୍ ଥିବା ଜଣାପଡିଥିଲା । ପ୍ରଥମେ ତାଙ୍କୁ ସ୍ଥାନୀୟ କୋଭିଡ କେୟାର ସେଣ୍ଟରରେ ଓ ପରେ ଶୀତଳାପଲ୍ଲୀ ସ୍ଥିତ କୋଭିଡ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ପରିବର୍ତ୍ତନ ନ ହେବାରୁ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି ।

ସାମ୍ବାଦିକଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.