Latest Odisha News

BREAKING NEWS

ଅମିତାଭ ବଚ୍ଚନ କୋଭିଡ୍ ପଜିଟିଭ୍

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କୁ କରୋନା । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଅମିତାଭ ବଚ୍ଚନ । ସେ ଲେଖିଛନ୍ତି, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି । ଏହାପରେ ତାଙ୍କ ପରିବାର ଓ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇଛି । ରିପୋର୍ଟକୁ ଅପେକ୍ଷା ରହିଛି ।
ଏହାସହ ସୋସିଆଲ୍ ମିଡିଆରେ ବିଗ ବି ଅପିଲ କରିଛନ୍ତି, ଗତ ୧୦ ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ନିଜର କୋଭିଡ୍ ଟେଷ୍ଟ କରନ୍ତୁ ।

ଆଜି ପ୍ରଥମେ ଅମିତାଭ ବଚ୍ଚନଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏହାର କାରଣ ଅସ୍ପଷ୍ଟ ରହିଥିଲା । କିଛି ସମୟ ପରେ ଟ୍ୱିଟ୍ କରି ନିଜେ ଚର୍ଚ୍ଚା ଉପରୁ ପରଦା ହଟାଇଛନ୍ତି ବିଗ ବି ।

Leave A Reply

Your email address will not be published.