ବ୍ରହ୍ମପୁର: ଗଞ୍ଜାମର ଜଣେ ବ୍ୟକ୍ତି ପ୍ରଥମ କୋଭିଡ ଯୋଦ୍ଧା ଭାବେ ୪ ଥର ପ୍ଲାଜମା ଦାନ କରିିବାକୁ ଯାଉଛନ୍ତି ।
ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଏନ୍ ଡମ୍ବୁରୁ ରେଡ୍ଡୀ ଏବଂ ସେ ରଙ୍ଗେଇଲୁଣ୍ଡା ବ୍ଲକ୍ ର କୋଠରାସିଙ୍ଗିିର ବାସିନ୍ଦା ବୋଲି ଜଣାପଡିଛି । ସିଏ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ।
ଯିଏକି ଗତ ଅଗଷ୍ଟ ୨୩ ତାରିଖରେ ଏମକେସିଜି ମେଡିକାଲ ଓ କଲେଜରେ ପ୍ରଥମ ଥର ପ୍ଲାଜମା ଦାନ କରିଥିଲେ ।
ପରବର୍ତ୍ତୀ ସମୟରେ ସେ ଅକ୍ଟାବର ୬ରେ ଦ୍ୱିତୀୟ ଥର ଏବଂ ୩ୟ ଥର ପାଇଁ ନଭେମ୍ବରରେ ପ୍ଲାଜମା ଦାନ କରିଥିଲେ । ଏହା ଛଡ଼ା ୪ର୍ଥ ଥର ପାଇଁ ନଭେମ୍ବର ୨୫ରେ ପ୍ଳାଜମା ଦେବେ।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଶ୍ରୀ ରେଡ୍ଡୀ ଜୁଲାଇ ୧୭ରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯାହା ପରେ ସେ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ ।
Comments are closed.