ଗଞ୍ଜାମ: ସାନଖେମୁଣ୍ଡି ବ୍ଲକ ଦୟାନିଧି ପୁର ପଞ୍ଚାୟତ ବଡ଼ିଆଓସ୍ତା ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଜଣେ ବୃଦ୍ଧ କୌଣସି କାରଣରୁ ସୁଇସାଇଡ୍ ନୋଟ୍ ଲେଖି କିରାସିନି ଢ଼ାଳି ନିଜକୁ ଜାଳିଦେଇଛନ୍ତି । ନିଆଁ ଲଗାଇ ଦେଇଥିବାରୁ ବୃଦ୍ଧ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ବୃଦ୍ଧ ଜଣକ ହେଲେ ଗ୍ରାମର ପୁରୋହିତ ପୀତବାସ ଆଚାର୍ଯ୍ୟ(୬୨)। ପରିବାର ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଆତ୍ମହତ୍ୟାର କାରଣ ଜଣାପଡିନାହିଁ। ପାଟପୁର ପୋଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି। ତେବେ ପୋଲିସ ବୃଦ୍ଧଙ୍କ ଘରୁ ଏକ ସୁଇସାଇଡ ନୋଟ ଜବତ କରିଛି। ସେଥିରେ ମୁଁ ଆଉ ବଞ୍ଚିବାକୁ ଚାହୁଁ ନାହିଁ। ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି। ବୋଉକୁ ଭଲରେ ରଖିବୁ ବୋଲି ନିଜ ପୁଅ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି ।
Comments are closed.