ଗଞ୍ଜାମ: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ଅଧିକ ପ୍ରଭାବିତ ହୋଇଛି ଗଂଜାମ ଜିଲ୍ଲା । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ୫ ଦିନ ଯାଏଁ ଗଂଜାମର ସମସ୍ତ ସହରାଂଚଳକୁ ସଟ୍ଡାଉନ ଘୋଷଣା କରାଯାଇଛି । ତେବେ ଆଜିଠାରୁ ସୀମା ସିଲ୍ କରାଯାଇଛି । ସଂକ୍ରମଣ ଏଡାଇବାକୁ ନୟାଗଡ-ଗଂଜାମ ସୀମା ସିଲ୍ ହୋଇଛି ।
ନୟାଗଡର କରସିଂ, ନାଉରିଆ, ସୁନାମୁହିଁ ନିକଟରେ ସୀମା ସିଲ ହୋଇଛ। ଦଶପଲ୍ଲା ବ୍ଲକର ସାକେଣି ନିକଟରେ ମଧ୍ୟ ରାସ୍ତା ସିଲ୍ କରାଯାଇଛି । ସୀମା ସିଲ ନେଇ ନୟାଗଡ ଜିଲ୍ଲାପାଳଙ୍କ ସୂଚନା । ଫଳରେ ନୟାଗଡରୁ କେହି ଗଂଜାମ ଯାଇପାରିବେ ନାହିଁ । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ,ଭଳି ନିଷ୍ପତି ନିଆଯାଇଛି ।
Comments are closed.