Latest Odisha News

ଦୁଃସ୍ୱପ୍ନ ପାଲଟିଛି ୨୦ ପାଦଅଙ୍ଗୁଳି, ୧୨ ହାତ ଆଙ୍ଗୁଳି !

ଭୁବନେଶ୍ୱର: ଅନ୍ଧବିଶ୍ୱାସ ଏବେ ମଧ୍ୟ ଆମ ପିଛା ଛାଡୁନି । ଓଡିଶାର ଗଞ୍ଜାମ ଅଂଚଳରେ ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି । କଡାପଡାର ୬୩ ବର୍ଷୀୟା ମହିଳା ନାୟକ କୁମାରୀଙ୍କ ପାଦରେ ୨୦ ଓ ହାତରେ ୧୨ ଆଙ୍ଗୁଳି ରହିଛି ।

ଏହା ତାଙ୍କ ପାଇଁ ଅଭିଶାପ ପାଲଟିଛି କହିଲେ ଭୁଲ ହେବ ନାହିଁ । ପାଖ ପଡିଶା ଲୋକେ ତାଙ୍କୁ ଡାହାଣୀ ଭାବେ ସନ୍ଦେହ କରୁଛନ୍ତି । ଏପରି କି ତାଙ୍କ ସହ ସେମାନେ କୌଣସି ପ୍ରକାର ସର୍ମ୍ପକ ରଖୁ ନାହାନ୍ତି ।

ଫଳରେ ସେ ବାଧ୍ୟ ହୋଇ ଅଧିକାଂଶ ସମୟ ଘରେ ରହୁଛନ୍ତି । ଅଭାବ ଅନାଟନରେ ରହୁଥିବାରୁ ସେ ତାଙ୍କ ଚିକିତ୍ସା ଠିକ୍ ଭାବେ କରି ପାରୁ ନାହାନ୍ତି । ସର୍ଜିକାଲ ବିଶେଷଜ୍ଞ ଡ. ପିନାକୀ ମହାନ୍ତି ମଧ୍ୟ ଏତେ ମାତ୍ରାରେ ଆଙ୍ଗୁଳି ସାଧାରଣ କଥା ନୁହେଁ ବୋଲି କହିଛନ୍ତି । ଏଥିପାଇଁ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.