Latest Odisha News

ପ୍ରସିଦ୍ଧ ମଞ୍ଚ କଳାକାର ପରମାନନ୍ଦ ସାହୁଙ୍କ ୭୨ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର: ପ୍ରଖ୍ୟାତ ମଞ୍ଚକଳାକାର ପରମାନନ୍ଦ ସାହୁଙ୍କର ତାଙ୍କ ବାଲେଶ୍ୱର ବାସଭବନରେ ଶନିବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିିଲା ।

ସ୍ୱର୍ଗତଃ ସାହୁ ପ୍ରାୟ ଶହେରୁ ଅଧିକ ନାଟକର ନିର୍ଦ୍ଦେଶନା ଦେଇଛନ୍ତି । ସେ ଅନେକ ଓଡ଼ିଆ ଓ ବଙ୍ଗଳା ଭାଷାର ନାଟକରେ ମଧ୍ୟ ଅଭିନୟ କରିଛନ୍ତି । ଶ୍ରୀ ସାହୁ ମଧ୍ୟ ଆକାଶବାଣୀ ଏବଂ ଦୂରଦର୍ଶନର ଜଣେ କଳାକାର ଭାବେ କାର୍ଯ୍ୟ କରିଛନ୍ତି ।

ସେ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ତାଙ୍କ ପତ୍ନୀଙ୍କ ସହ ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

Leave A Reply

Your email address will not be published.