Latest Odisha News

BREAKING NEWS

ଆସୁଛି ଟାଇଗରଙ୍କ ‘ଗଣପତ ପାର୍ଟ-୧’

ମୁମ୍ବାଇ: ପୁଣି ଆକ୍ସନ ମୋଡରେ ବଲିଉଡ ବାଗି ବଏ । ଆସୁଛି ଟାଇଗର ସ୍ରଫଙ୍କ ନୂଆ ଫିଲ୍ମ । ରିଲିଜ ହୋଇଛି ‘ଗଣପତ ପାର୍ଟ-୧’ର ମୋଶନ ପୋଷ୍ଟର । ଟାଇଗର ନିଜେ ତାଙ୍କ ଇଂଷ୍ଟାଗ୍ରାମରେ ଏହି ପୋଷ୍ଟରକୁ ରିଲିଜ କରିଛନ୍ତି ।

ଏହି ମୋଶନ ପୋଷ୍ଟରକୁ ଦେଖିଲେ ଅନୁମାନ କରିହେବ ଯେ, ଫିଲ୍ମଟି କେତେ ଦମଦାର ହୋଇଥିବ । ଏବଂ ପୁଣି ଥରେ ନିଜର ଦମଦାର ଆକ୍ସନରେ ଫ୍ୟାନ୍ସଙ୍କ ହୋଶ ଉଡାଇବେ ଟାଇଗର । ଏହି ମୋଶନ ପୋଷ୍ଟରରେ ଟାଇଗରଙ୍କ ଏକ ଦମ୍‌ଦାର ଡାଏଲଗ ମଧ୍ୟ ଶୁଣିବାକୁ ମିଳିଛି । ‘ଜବ୍ ମେ ଡରାତା ହୁଁ ତବ୍ ମେଁ ମାରତା ହୁଁ’ ଡାଏଲଗ କହିଛନ୍ତି ଟାଇଗର ।

ଫିଲ୍ମଟିର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବିକାଶ ବେହେଲ । ବାସୁ ଭଗନାନି ଓ ଜ୍ୟାକି ଭଗନାନିଙ୍କ ପ୍ରଯୋଜନାରେ ତିଆରି ଏହି ଫିଲ୍ମଟି ୨୦୨୨ରେ ରିଲିଜ ହେବ । ତେବେ ଏହି ଫିଲ୍ମରେ ତାଙ୍କ ଅପଜିଟ୍‌ରେ କିଏ ନାୟିକା ସାଜିବ ସେ ନେଇ କୌଣସି ଘୋଷଣା ହୋଇନାହିଁ ।

Leave A Reply

Your email address will not be published.