Latest Odisha News

BREAKING NEWS

ବିହାରବାସୀଙ୍କୁ ଭାବପ୍ରବଣ କରିଦେଲେ ନୀତିଶ, କହିଲେ ଏହା ମୋର ଶେଷ ନିର୍ବାଚନ

ପାଟନା: ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପ୍ରଚାର ଶେଷ ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇମୋଶନାଲ କାର୍ଡ ଖେଳିଛନ୍ତି । ଯାହାକି ବିହାରବାସୀଙ୍କୁ ଭାବପ୍ରବଣ କରିବ ବୋଲି ଆଶା କରାଯାଉଛି । ସୁଶାସନ ବାବୁ ଏକ ପ୍ରଚାର ସଭାରେ ଏହା ମୋର ଶେଷ ନିର୍ବାଚନ ବୋଲି ଘୋଷଣା କରିଛନ୍ତି । ନୀତିଶ ୧୯୭୭ରେ ନାଳନ୍ଦାର ହରନୌତରୁ କ୍ୟାରିୟରର ପ୍ରଥମ ନିର୍ବାଚନ ଲଢିଥିଲେ । ଏଠାରେ ସେ ୪ ଥର ଲଢ଼ିଥିଲେ ୧୯୭୭, ୧୯୮୦ରେ ପରାଜିତ ହୋଇଥିବା ବେଳେ ୧୯୮୫ ଓ ୧୯୯୫ରେ ବିଜୟୀ ହୋଇଥିଲେ ।

ବିହାରର ତୃତୀୟ ଚରଣ ନିର୍ବାଚନର ପ୍ରଚାର ଗୁରୁବାର ଶେଷ ହୋଇଛି । ୧୫ ଜିଲ୍ଲାର ୭୮ ସିଟ ପାଇଁ ଏହି ପର୍ଯ୍ୟାୟରେ ନିର୍ବାଚନ କରାଯିବ । ସମସ୍ତ ପାର୍ଟି ସେମାନଙ୍କ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଛନ୍ତି ।

Leave A Reply

Your email address will not be published.