Latest Odisha News

BREAKING NEWS

ଗରିବ ସେନା ପକ୍ଷରୁ ସ୍ୱାଭିମାନ ପଦଯାତ୍ରା, ୯୦ଟି ପଞ୍ଚାୟତରେ କରିବେ ସଚେତନ 

ନୂଆପଡା : ଗରିବ ସେନା ପକ୍ଷରୁ ସ୍ୱାଭିମାନ ପଦଯାତ୍ରା । ଆଜକୁ ୨୭ ଦିନ ହେବ ସାମାଜିକ, ରାଜନୈତିକ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଗରିବ ସେନା ସଂଗଠନ ପକ୍ଷରୁ ସ୍ୱାଭିମାନ ପଦଯାତ୍ରା ଚାଲିଛି । ଗତ ଜାନୁଆରୀ ୨୯ ତାରିଖ ଦିନରୁ ଗରିବ ସେନା ସଭାପତି ରବି ମଙ୍ଗରାଜଙ୍କ ନେତୃତ୍ୱରେ ଜିଲ୍ଲାର ଐତିହାସିକ ସାଲିହା ସ୍ମୃତି ସ୍ତମ୍ଭ ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ଆଜି ଖଡ଼ିଆଳ ଦେଇ ସିନାପାଲିରେ ପହଞ୍ଚିଛି ।

ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲା ଗଠନର ଦୀର୍ଘ ୩୦ ବର୍ଷ ହୋଇ ଯାଇଥିଲେ ହେଁ ଜିଲ୍ଲାର ଚାଷୀ, ଶ୍ରମିକ, ଶିକ୍ଷିତ ଯୁବକ ଯୁବତୀ, ମହିଳାଙ୍କ ସମ୍ବିଧାନିକ ହକ୍ ଅଧିକାର ପାଇବାରୁ ବଞ୍ଚିତ । ଜିଲ୍ଲାକୁ ମଦ ମୁକ୍ତ ଓ ଶୋଷଣ ମୁକ୍ତ ଜିଲ୍ଲା ଗଠନ ସହ ଉତ୍ତମ ଶିକ୍ଷା ସ୍ବାସ୍ଥ୍ଯା ପାଇଁ ସଚେତନତା ଯାତ୍ରା । ଏହି ପଦଯାତ୍ରା ମାଧ୍ୟମରେ ଲୋକଙ୍କ ମଧ୍ଯରେ ନବ ଜାଗରଣ ସୃଷ୍ଟି କରି ନୂଆପଡା ଜିଲ୍ଲାରେ ବୈପ୍ଲବିକ ପରିବର୍ତନ କରିବାକୁ ସଂଗ୍ରାମ କରିବା ପାଇଁ “ଗରିବ ସେନା” ର ସୈନିକ ଶପଥ ଗ୍ରହଣ କରିଥିବା ସଂଗ୍ରାମୀ ସଂଗଠନର କର୍ମକର୍ତ୍ତା ମାନେ କହିଛନ୍ତି ।

ଏହି ପଦଯାତ୍ରା ସାଲିହା ଠାରୁ ବାହାରି ପ୍ରଥମେ ଖରିଆର ରୋଡ଼, ନୂଆପଡା, କୋମନା, ଖଡ଼ିଆଳ, ସିନାପାଲି ବୋଡେ଼ନ ବ୍ଲକ ର ୯୦ ରୁ ଉର୍ଦ୍ଧ୍ବ ପଂଚାୟତକୁ ଛୁଇଁବ।  ୪୦ ଦିନ ରେ ପ୍ରାୟ ୬୦୦ କିମି ଅତିକ୍ରମ କରି ନୂଆପଡା ଜିଲ୍ଲା ମୁଖ୍ୟାଳୟଠାରେ ପ୍ରଶାସନ ପାଖରେ ଦାବି ପୂରଣ ପାଇଁ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଂଗଠନ ଆଵାହକଙ୍କ ସହ କର୍ମକର୍ତ୍ତା ମାନେ କହିଛନ୍ତି ।

 

 

Leave A Reply

Your email address will not be published.