ନୂଆଦିଲ୍ଲୀ: ଆଫଗାନିସ୍ତାନବାସୀଙ୍କ ଉଦ୍ଧାର ସଙ୍କଟ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର। ଏଥିପାଇଁ ଜନ୍ ଆବ୍ରାହମ୍-ଷ୍ଟାରର୍ ଆଟାକ୍ ନିର୍ମାତା ଅଜୟ କପୁର ସୁଭାଷ କାଲେଙ୍କ ସହ ସହଯୋଗ କରିଛନ୍ତି। ଏହି ଚଳଚ୍ଚିତ୍ରର ଟାଇଟଲ୍ ରହିବ ‘ଗାରୁଦ’। ଫିଲ୍ମର ନିର୍ଦ୍ଦେଶକ ତଥା କାଷ୍ଟ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।
ଅଜୟ କପୁର ବର୍ତ୍ତମାନ ଫିଲ୍ମ ‘ଆଟାକ୍’ର ରିଲିଜକୁ ଅପେକ୍ଷା କରିଛନ୍ତି। ନିର୍ମାତାମାନେ ଘୋଷଣା କରିଛନ୍ତି ଯେ ଏହା ଓଟିଟିରେ ନୁହେଁ ବରଂ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଆଟାକ୍ ରିଲିଜ୍ ପୂର୍ବରୁ ଅଜୟ କପୁର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ଗାରୁଦ’ ସଂକ୍ରାନ୍ତରେ ଘୋଷଣା କରିଛନ୍ତି।
Comments are closed.