Latest Odisha News

BREAKING NEWS

ଗ୍ୟାସ୍‌ ଟାଙ୍କି ଫାଟି ରୋଷେଇ ଘର ଛାରଖାର; ବର୍ତ୍ତିଗଲେ ପରିବାର

ଆମ୍ବପଳାସ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ଗାଁରେ ଏକ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ରୋଷେଇ ଘର ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ତେବେଏହି ଘଟଣାରେ କେହି ଦୁର୍ଘଟଣାର ଶିକାର ହୋଇନାହାନ୍ତି। ସୂଚନା ମୁତବକ, ଗାଁର ସୁବାଷ ମହାପାତ୍ରଙ୍କ ଘରେ ଆଜି ମଧ୍ୟାହ୍ନ ରୋଷେଇ ଚାଲିଥିବା ହଠାତ୍ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯାଇଥିଲା। ଅଘଟଣ ଆଶଙ୍କା କରି ଘର ଲୋକେ ବାହାରକୁ ଚାଲି ଯିବାରୁ କେହି ଦୁର୍ଘଟଣାଗସ୍ତ ହୋଇ ନାହାନ୍ତି । ଗ୍ୟାସ ଟାଙ୍କିଟି ଫାଟି ଯିବା  ଫଳରେ ରୋଷେଇ ଘରଟି ଭୁଶୁଡ଼ି ସମ୍ପୂର୍ଣ୍ଣ  ପଡ଼ିଥିଲା। ଏମିତିକି ରୋଷେଇ ଘରେ ଥିବା ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି।

 

Comments are closed.