କାନପୁର: ନୂଆ ବର୍ଷ ଆରମ୍ଭ ହେଉହେଉ ରେଳ ଟ୍ରାକରେ ପୁଣି ଥରେ ଦୁର୍ଘଟଣା ଘଟାଇବା ପାଇଁ ଭିନ୍ନଭିନ୍ନ ସାମଗ୍ରୀ ରଖାଯାଇଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ କାନପୁର ସ୍ଥିତ ଶିବରାଜପୁରର ବାରାଜପୁର ରେଳ ଷ୍ଟେସନ ନିକଟରେ ଥିବା ଟ୍ରାକରେ କେହି ଅସାମାଜିକ ବ୍ୟକ୍ତି ଏକ ସିଲିଣ୍ଡର ରଖିଥିବା ଜଣାପଡିଛି।
ରେଲୱେ ଟ୍ରାକରେ ପ୍ରାୟ ୫ କିଗ୍ରା ଓଜନ ବିଶିଷ୍ଟ ଏକ ଖାଲି ସିଲିଣ୍ଡର ରଖାଯାଇଥିଲା। ପାଟ୍ରୋଲିଂ ବେଳେ ପୋଲିସ ଏହି ସିଲିଣ୍ଡର ଉଦ୍ଧାର କରିଛି। ଯାହାପରେ ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।
Comments are closed.