Latest Odisha News

BREAKING NEWS

ସରକାରୀ ମେଡିକାଲ କଲେଜରେ ଗ୍ୟାସ୍‌ ଲିକ୍‌ ; ଦଳାଚକଟା ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କଲେ ଡିଏମ୍

ଉତ୍ତରପ୍ରଦେଶ: ଶାହଜାହାନପୁର ସରକାରୀ ମେଡିକାଲ କଲେଜରେ ଗ୍ୟାସ୍ ଲିକେଜ୍ ଘଟଣା । ଫର୍ମାଲିନ୍ ରାସାୟନିକ ପଦାର୍ଥରୁ ସୃଷ୍ଟି ଗ୍ୟାସ୍ ଲିକେଜ୍ ଯୋଗୁଁ ପ୍ରାଣ ଭୟରେ ଧାଁ ଦୌଡ଼  କରିଥିଲେ ରୋଗୀ । ତେବେ ଗ୍ୟାସ୍ ଲିକ କାରଣରୁ  ରୋଗୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ଦେଖାଦେଇଥିଲା ।  ରୋଗୀମାନଙ୍କୁ ୱାର୍ଡରୁ ତୁରନ୍ତ ବାହାରକୁ ନିଆଯାଇଥିଲା। ଅଗ୍ନିଶମ ବାହିନୀ ଦଳ ସ୍ୱତନ୍ତ୍ର ସ୍ପ୍ରେ କରି ଗ୍ୟାସର ପ୍ରଭାବକୁ ହ୍ରାସ କରିଥିଲେ। ତେବେ ଧାଁ ଦୌଡ଼ ସମୟରେ ଜଣେ ଗୁରୁତର ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ଆସିଥିଲା, କିନ୍ତୁ ଡିଏମ୍ ଧର୍ମେନ୍ଦ୍ର ପ୍ରତାପ ସିଂହ କାହାର ମୃତ୍ୟୁକୁ ଅସ୍ୱୀକାର କରିଛନ୍ତି।

 

ଡିଏମ୍‌ଙ୍କ କହିଛନ୍ତି ଯେ, ଯେଉଁ ରୋଗୀଙ୍କର ମୃତ୍ୟୁ ହୋଇଛି ତାଙ୍କର ପୂର୍ବରୁ ସ୍ୱାସ୍ଥ୍ୟ ବହୁତ ଖରାପ ଥିଲା। ଅଭିଯୋଗର ଯାଞ୍ଚ କରାଯିବ ବୋଲି କହିଛନ୍ତି ପ୍ରିନ୍ସିପାଲ।

ରୋଗୀମାନେ କହିଛନ୍ତି ଯେ ଗ୍ୟାସ ଯୋଗୁଁ ସେମାନଙ୍କ ଆଖିରେ ଜ୍ୱଳନ ଏବଂ ନିଶ୍ୱାସ ନେବାରେ କଷ୍ଟ ହେଉଥିଲା। ଘଟଣାଟି ପଣ୍ଡିତ ରାମ ପ୍ରସାଦ ବିସମିଲ ସରକାରୀ ମେଡିକାଲ କଲେଜରେ ଘଟିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ଅପରେସନ ଥିଏଟରରୁ ବହୁତ ଧୂଆଁ ଉଠିଥିଲା, ଏହା ପରେ ରୋଗୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ଆଖିରେ ଜ୍ୱଳନ ଏବଂ ନିଶ୍ୱାସ ନେବାରେ କଷ୍ଟ ହେବା ଆରମ୍ଭ ହୋଇଥିଲା।

ଡିଏମ୍ ଧର୍ମେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ, ଅନୁମାନ କରାଯାଉଛି ଯେ ଉପକରଣର ସଫା କରୁଥିବା ସମୟରେ ଫର୍ମାଲିନ୍ ରାସାୟନିକ ପଦାର୍ଥ ତଳେ ପଡ଼ିବା ଯୋଗୁଁ ଗ୍ୟାସ୍ ଉତ୍ପନ ହୋଇଥାଇପାରେ। ଏସି ଏବଂ ଫ୍ୟାନ୍ ଦ୍ବାରା ଗ୍ୟାସ୍ ଚାରିଆଡ଼େ ବ୍ୟାପି ଯାଇଥିଲା। ଏହି ସମୟରେ ଅକ୍ସିଜେନ ଗ୍ୟାସ୍‌ ଲିକ୍‌ ଗୁଜବ ଯୋଗୁଁ ଉତ୍ତେଜନା ସୃଷ୍ଟି ହୋଇଥିଲା

Comments are closed.