Latest Odisha News

BREAKING NEWS

ଖୋଲିବ ନରକଙ୍କାଳ ରହସ୍ୟ: ଡିଏନଏ ଟେଷ୍ଟ ପାଇଁ ପଠାଗଲା ଶରୀରର ଅଂଶବିଶେଷ

ଭୁବନେଶ୍ୱର: ଯାଁଳା ଫାଣ୍ଡି ପରିସରରେ ଗାଡ଼ି ଭିତରୁ ନରକଙ୍କାଳ ଜବତ ଘଟଣାର ଖୋଳତାଡ ଚାଲିଛି । ମୃତକଙ୍କ ପରିଚୟ ଜାଣିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । ଆଜି ଡିଏନଏ ଟେଷ୍ଟ ପାଇଁ ପଠାଯାଇଛି ଶରୀରର ଅଂଶବିଶେଷ । ଦାନ୍ତ, ହାଡ଼ର କିଛି ଅଂଶ, ନଖ ଓ ଚୁଟି ଫୋରେନସିକ୍ ଲ୍ୟାବ୍ ପଠାଯାଇଛି । ଗତକାଲି ଆସିଥିଲା ପୋଷ୍ଟମର୍ଟମ ରିପୋର୍ଟ । ମୃତକ ଜଣେ ମହିଳା ବୋଲି ସ୍ପଷ୍ଟ ହୋଇଛି । ତାଙ୍କର ବୟସ ପାଖପାଖି 40ରୁ 45 ବର୍ଷ ହେବ ।

ମୃତକ ଜଣେ ମହିଳା । ସମ୍ବେଦନଶୀଳ ମାମଲା ହୋଇଥିବାରୁ ଗୁରୁତ୍ୱ ସହ ନେଇଛି କମିଶନରେଟ ପୋଲିସ । ମହିଳା ଥାନାକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ମହିଳାଙ୍କ ପରିଚୟ ଓ ମୃତ୍ୟୁର କାରଣ ଜାଣିବା ଉପରେ ଫୋକସ କରିଛି ପୋଲିସ । ତାଙ୍କର ସ୍କେଚ୍ ଜାରି କରାଯିବ । ଏଥିପାଇଁ ପ୍ରକ୍ରିୟା ଜାରି ରହିଛି ।

ଯାଁଳା ଫାଣ୍ଡି ଭିତରେ ଥିବା ଗାଡ଼ି ଭିତରକୁ କେମିତି ଓ କେଉଁ ପରିସ୍ଥିତିରେ ମୃତଦେହ ଆସିଲା ? କେମିତି କେହି କିଛି ଜାଣି ପାରିଲେ ନାହିଁ ? ମହିଳା କିଏ ? ତାଙ୍କର କେମିତି ମୃତ୍ୟୁ ହେଲା ? ଏମିତି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇଛି ନରକଙ୍କାଳ ସସପେନ୍ସ । ପୋଲିସର ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି ।

ଏହି ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ଯାଁଳା ଫାଣ୍ଡି ଅଧିକାରୀଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଛି । ରହସ୍ୟ ଭେଦିବା ପାଇଁ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୋଲିସ ସରଜମିନ ତଦନ୍ତ ଚଳାଇଛି । ଗତ ଫେବ୍ରୁଆରୀ ମାସରେ ଫାଣ୍ଡିରୁ ସିଜ୍ ଗାଡ଼ିକୁ ମାଲିକ ନେବା ବେଳେ ସିଟ୍ ତଳେ କଙ୍କାଳ ଦେଖିଥିଲେ ।

Leave A Reply

Your email address will not be published.