Latest Odisha News

BREAKING NEWS

ଆରପାରିରେ ଗୋହର ଖାନଙ୍କ ବାପା ଜଫର ଅହମଦ ଖାନ

ନୂଆଦିଲ୍ଲୀ: ଦୁନିଆକୁ ବିଦାୟ ନେଇଛନ୍ତି ଅଭିନେତ୍ରୀ ଗୋହର ଖାନଙ୍କ ବାପା ଜଫର ଅହମ୍ମଦ ଖାନ । ଗତ ଏକ ସପ୍ତାହ ଧରି ତାଙ୍କ ପିତା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଗୋହର ଖାନ ତାଙ୍କ ଇନଷ୍ଟାଗ୍ରାମରେ ବାପାଙ୍କ ଏକ ଫଟୋ ସେୟାର କରି ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ‘ମୋର ହିରୋ ତୁମ ପରି କେହି ନୁହଁନ୍ତି । ମୋ ବାପା ଜଣେ ଏଞ୍ଜଲ୍ ଥିଲେ ଯାହାଙ୍କର ଦେହାନ୍ତ ହୋଇଛି । ସେ ସର୍ବୋତ୍ତମ ଆତ୍ମା ​​ଥିଲେ । ମୁଁ ତୁମକୁ ବହୁତ ଭଲ ପାଏ ।’

ଗୋହରଙ୍କ ବନ୍ଧୁ ପ୍ରୀତି ତାଙ୍କ ଇନଷ୍ଟାଗ୍ରାମରେ ଜଫରଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଯାହା ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ଗୋହରଙ୍କ ବାପା, ଯାହାକୁ ମୁଁ ଖୁବ୍ ଭଲ ପାଉଥିଲି ।  ଯିଏ ଗର୍ବର ସହିତ ବଞ୍ଚିଥିଲେ ଏବଂ ସର୍ବଦା ଗର୍ବର ସହିତ ସ୍ମରଣୀୟ ରହିବେ । ପରିବାରକୁ ଶକ୍ତି ଏବଂ ଭଲ ପାଇବା ।’

ବାପାଙ୍କ ମୃତ୍ୟୁ ପୂର୍ବରୁ ଗୋହର ହସ୍ପିଟାଲ୍ ରୁମର ଏକ ଫଟୋ ସେୟାର କରିଥିଲେ । ତାଙ୍କ ବାପାଙ୍କ ପାଇଁ ପ୍ରାର୍ଥନା କରିବାକୁ ଫ୍ୟାନ୍ସମାନଙ୍କୁ ନିବେଦନ କରିଥିଲେ ।

Leave A Reply

Your email address will not be published.