Latest Odisha News

BREAKING NEWS

ନିଜ କମ୍ପାନି କର୍ମଚାରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଟିକାକରଣର ସମସ୍ତ ଖର୍ଚ୍ଚ ବହନ କରିବ ରିଲାଏନ୍ସ

ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ତଥା ପ୍ରତିଷ୍ଠାତା ନୀତା ଏମ ଅମ୍ବାନୀ ସମସ୍ତ ରିଲାଏନ୍ସ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଏକ ମେଲ ପଠାଇ ସେମାନଙ୍କୁ ଭାରତର କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟକ୍ରମରେ ପଞ୍ଜୀକରଣ କରିବାକୁ ଅନୁରୋଧ କରିଛନ୍ତି। ଦେଶରେ ଜାରି ରହିଥିବା ଏହି ଟିକାକରଣ କାର୍ଯ୍ୟକ୍ରମରେ ରିଲାଏନ୍ସ ନିଜକୁ ସାମିଲ୍‌ କରିଛି। କମ୍ପାନୀ ଏହି ପ୍ରକ୍ରିୟାରେ ତା’ କର୍ମଚାରୀଙ୍କ ସମସ୍ତ ଖର୍ଚ୍ଚକୁ ବହନ କରିବ ବୋଲି କହିଛି।

ମେଲରେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏବଂ ପତ୍ନୀ ନୀତା ଅମ୍ବାନୀ କହିଛନ୍ତି ଯେ ଆମ ପରିବାରର ସ୍ୱାସ୍ଥ୍ୟ ଏବଂ ସୁଖକୁ ସମ୍ମାନ କରିବା ହେଉଛି ଗୋଟିଏ ପରିବାରର ଅଂଶ ହେବା – ରିଲାଏନ୍ସ ପରିବାର।

Leave A Reply

Your email address will not be published.