Latest Odisha News

BREAKING NEWS

ଘୁଂଚିଲା ଭାରତୀୟ କୁସ୍ତି ସଂଘ ନିର୍ବାଚନ

ଗୌହାଟୀ: ଭାରତୀୟ କୁସ୍ତି ସଂଘ ନିର୍ବାଚନ ଆଉ କିଛି ଦିନ ପାଇଁ ଘୁଂଚିଯାଇଛି । ୧୧ ଜୁଲାଇରେ ହେବାକୁ ଥିବା ଏହି ନିର୍ବାଚନ ଉପରେ ଗୌହାଟୀ ହାଇକୋର୍ଟ ରୋକ ଲଗାଇଛି । ପ୍ରଥମେ ଏହି ନିର୍ବାଚନ ୬ରେ ହେବାକୁ ଥିଲା ମାତ୍ର ଗଠିତ କମିଟି ଏହାକୁ ଘଂଚାଇ ୧୧ରେ କରିବା ପାଇଁ ନିଷ୍ପତି ନେଇଥିଲେ । ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହା ପୁନର୍ବାର ଘୁଂଚାଯାଇଛି । ତେବେ ଆସାମ କୁସ୍ତି ସଂଘ କେଉଁ କାରଣ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ତାହା ସ୍ପଷ୍ଟ ହୋଇନି । ସୂଚନାଯୋଗ୍ୟ, ୧୮ ଜାନୁୟାରୀରୁ ଭାରତୀୟ କୁସ୍ତି ସଂଘକୁ ନେଇ ବିବାଦ ପିଛା ଛାଡୁନି । କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରମାନେ ଦୁଷ୍କର୍ମ ଅଭିଯୋଗ ଆଣି ଧାରଣାରେ ବସିଥିଲେ । ସରକାରଙ୍କ ଆଶ୍ୱସନା ପରେ ରେସଲରମାନେ ଧାରଣା ପ୍ରତ୍ୟାହାର କରିଥିଲେ । ମାତ୍ର ବ୍ରିଜଭୂଷଣଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ୨୩ ଏପ୍ରିଲରେ ପୁନର୍ବାର ଧାରଣାରେ ବସିଥିଲେ ।

ଗୃହମନ୍ତ୍ରୀ ଓ କ୍ରୀଡା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସେମାନେ ଏଥିରୁ ଓହରିଥିଲେ । ଏହା ପରେ ଏବେ ଏସିଆନ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ ଟ୍ରାଏଲକୁ ନେଇ ବିବାଦ ସୃଷ୍ଟି ହୋଇଛି । ଯୋଗେଶ୍ୱର ଦତ ସମେତ କେତେକ ରେସଲର ଆନ୍ଦୋଳନରତ ରେସଲରଙ୍କୁ ଟ୍ରାଏଲ୍ସ ନେଇ ହାଲକା ମନୋଭାବ ପୋଷଣ କରାଯାଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏ ନେଇ ରେସଲରଙ୍କ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।

Comments are closed.