Latest Odisha News

BREAKING NEWS

କଲେଜ ଛାତ୍ରୀଙ୍କ ପାଇଁ ଖୁସି ଖବର: ଏଣିକି ଛାତ୍ରୀଙ୍କୁ ମିଳିବ ଋତୁସ୍ରାବ ଛୁଟି, ଶ୍ରେଣୀ ଉପସ୍ଥାନକୁ ୨ ପ୍ରତିଶତ କୋହଳ

ଗୌହାଟି: କଲେଜ ଛାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଛାତ୍ରୀମାନଙ୍କୁ ମିଳିବ ଋତୁସ୍ରାବକାଳୀନ ଛୁଟି। ଆସାମର ଗୌହାଟି ୟୁନିଭର୍ସିଟି ଏବଂ ଏହାର ସ୍ବୀକୃତିପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକର ଛାତ୍ରୀମାନଙ୍କ ପାଇଁ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଛାତ୍ରୀମାନଙ୍କୁ ଋତୁସ୍ରାବକାଳୀନ ଛୁଟି ମିଳିବ ବୋଲି ଗୌହାଟି ୟୁନିଭର୍ସିଟ ପକ୍ଷରୁ କୁହାଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ଏନେଇ ଛାତ୍ରୀମାନଙ୍କ ସର୍ବନିମ୍ନ ଶ୍ରେଣୀ ଉପସ୍ଥାନକୁ ୨ ପ୍ରତିଶତ କୋହଳ କରିଛନ୍ତି।

ବିଶ୍ୱବିଦ୍ୟାଳୟ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ ହେବ। ଚଳିତ ବର୍ଷ ଆରମ୍ଭରେ କେନ୍ଦ୍ରୀୟ ମହିଳା ଏବଂ ଶିଶୁ ବିକାଶ, ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଦିଆଯାଇଛି। ନୂତନ ନୀତିରେ ଛାତ୍ରୀମାନଙ୍କୁ ମାସିକ ଛୁଟି ପାଇଁ ବ୍ୟବସ୍ଥା ପ୍ରଦାନ କରାଯାଇଛି, ଯାହାକି ଶ୍ରେଣୀ ଉପସ୍ଥାନର ଗୁରୁତ୍ୱରେ ସର୍ବନିମ୍ନ ଦୁଇ ପ୍ରତିଶତ ଆରାମ ପ୍ରଦାନ କରିଥାଏ। ଯାହା ଦ୍ୱାରା ସେମାନେ ସେମିଷ୍ଟାର ଶେଷ ହେବା ପରେ ପରୀକ୍ଷା ପାଇଁ ଆସିପାରିବେ।

ଅର୍ଥାତ୍‌ ଛାତ୍ରୀଙ୍କ ସର୍ବନିମ୍ନ ଉପସ୍ଥାନ ୭୩ ପ୍ରତିଶତ ହୋଇଥିଲେ, ସେମାନେ ପରୀକ୍ଷା ଦେଇପାରିବେ। ଉକ୍ତ ଛୁଟି ତତ୍କାଳ ଲାଗୁ ହୋଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଆଧାରରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ଗୁଆହାଟୀ ୟୁନିଭର୍ସିଟିର ଏହି ନିୟମ ଋତୁସ୍ରାବ ସମୟରେ ସମ୍ମୁଖୀନ ହେଉଥିବା ଛାତ୍ରୀଙ୍କ ସମସ୍ୟା ଏବଂ ଏହାର ସମାଧାନରେ ସହାୟକ ହେବ।

Comments are closed.