Latest Odisha News

BREAKING NEWS

ଓଡ଼ିଆ ଭାଷା ସାହିତ୍ୟକୁ ଗୌରୀ କୁମାରଙ୍କ ଦାନ ଅତୁଳନୀୟ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ , ସଭାପତି ହୃଷିକେଶ ମଲ୍ଲିକଙ୍କ ପୋୖରହିତ୍ୟରେ , ସ୍ଥାନୀୟ ସଂସ୍କୃତି ଭବନରେ ବାଗ୍ମୀ ଗୌରୀ କୁମାର ବ୍ରହ୍ମାଙ୍କର ରାଜ୍ୟସ୍ତରୀୟ ଶ୍ରଦ୍ଧୋତ୍ସବ ପାଳନ ଉପଲକ୍ଷେ, ଏକ ସାରସ୍ୱତ ସଭା ଆୟୋଜିତ ହୋଇଯାଇଛି।

ଏହି ସଭାରେ ବିବେକାନନ୍ଦ ପାଣିଗ୍ରାହୀ , ମୁଖ୍ୟ ଅତିଥି ଶାନ୍ତନୁ ରଥ ସମ୍ମାନନୀୟ ଅତିଥି ଏବଂ ପ୍ରଫେସର ବ୍ରହ୍ମା , ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।

ଓଡ଼ିଆ ଭାଷା ସାହିତ୍ୟକୁ ଗୌରୀ କୁମାରଙ୍କ ଦାନ ଅତୁଳନୀୟ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପାଇଁ ତାଙ୍କରି କାର୍ଯ୍ୟସବୁ ପ୍ରତ୍ୟେକଙ୍କ ପାଇଁ ମାର୍ଗ ଦର୍ଶକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ସଂଗ୍ରାମ ଜେନା ନିଜର ବକ୍ତବ୍ୟ ସହ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.