Latest Odisha News

ଲାଞ୍ଚ ଅଭିଯୋଗକୁ ଖଣ୍ଡନ କଲା ଆଦାନୀ ଗ୍ରୁପ 

ନୂଆଦିଲ୍ଲୀ: ଗୌତମ ଆଦାନୀ, ସାଗର ଆଦାନୀ ଏବଂ ବରିଷ୍ଠ କାର୍ଯ୍ୟନିର୍ବାହୀ ଭିନେଟ୍ ଜୈନଙ୍କ ବିରୋଧରେ ଆମେରିକାର ନ୍ୟାୟ ବିଭାଗ (ଡିଓଜି) ପକ୍ଷରୁ କୌଣସି ଲାଞ୍ଚ କିମ୍ବା ଦୁର୍ନୀତି ଅଭିଯୋଗ ଲଗାଯାଇନାହିଁ। ବୁଧବାର ଦିନ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଏକ ବିବୃତ୍ତି ଜାରି କରି ଏନେଇ ସ୍ପଷ୍ଟ କରିଛି।

ଆଦାନୀ ଗ୍ରୀନ୍ ଏନର୍ଜି ବିବୃତ୍ତିରେ କହିଛି ଯେ କିଛି ଗଣମାଧ୍ୟମ ରିପୋର୍ଟରେ କରାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭୁଲ। ଏପରିକି ଲାଞ୍ଚ ଅଭିଯୋଗ ସହ ଜଡିତ ସମସ୍ତ ଖବର ଭିତ୍ତିହୀନ ମଧ୍ଯ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଭାରତର ବିଶିଷ୍ଟ ଶିଳ୍ପପତି ତଥା ଆଦାନୀ ଗ୍ରୁପର ମୁଖ୍ୟଙ୍କ ଉପରେ ବଡ଼ ଠକେଇ ଏବଂ ଲାଞ୍ଚ ଅଭିଯୋଗ ଲଗାଇଛି ଆମେରିକାର ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିଶନ (ସିଇସି)। ଗୌତମ ଅଦାନୀ ଆମେରିକୀୟ ନିବେଶକଙ୍କୁ ଠକିଛନ୍ତି। ଏହା ଉପରେ ଆମେରିକାର କୋର୍ଟରେ ଶୁଣାଣି ପରେ ଗୌତମ ଆଦାନୀ ଏବଂ ତାଙ୍କ ପୁତୁରାଙ୍କ ବିରୋଧରେ ଆରେଷ୍ଟ୍ ୱାରେଣ୍ଟ ଜାରି କରାଯାଇଛି।

ତେବେ ଏକ କଣ୍ଟ୍ରାକ୍ଟ ହାସଲ କରିବା ପାଇଁ ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର ଆଦାନୀଙ୍କ ସମେତ ଅନ୍ୟ ୭ ଜଣଙ୍କ ବିରୁଦ୍ଧରେ ଦୁର୍ନୀତି ନେଇ ଅଭିଯୋଗ ହୋଇଛି ଯେଉଁ କଣ୍ଟ୍ରାକ୍ଟରେ ୨୦ ବର୍ଷ ମଧ୍ୟରେ ୨ ବିଲିୟନ ଡଲାରର ଲାଭ ହୋଇପାରିଥାନ୍ତା। କେବଳ ଏତିକି ନୁହେଁ ଭାରତର ବୃହତ୍ତମ ସୋଲାର ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପର ବିକାଶ ପାଇଁ ଭାରତୀୟ ସରକାରୀ କର୍ମଚାରୀଙ୍କୁ ପ୍ରାୟ ୨୬୫ ନିୟୁତ ଡଲାର ଲାଞ୍ଚ ପ୍ରଦାନ କରିଥିବା ମଧ୍ଯ ଅଭିଯୋଗ ହୋଇଛି।

Leave A Reply

Your email address will not be published.