Latest Odisha News

BREAKING NEWS

ସ୍ତ୍ରୀ ଛାଡିକି ପଳେଇବ; ୱାର୍କ ଲାଇଫ୍ ବାଲାନ୍ସକୁ ନେଇ କାହିଁକି ଏଭଳି କହିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆଜିକାଲି ୱାର୍କ ବାଲାନ୍ସକୁ ନେଇ ଚର୍ଚ୍ଚା ଖୁବ୍ ହେଉଛି। ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀ ୱାର୍କ କଲଚର ସମ୍ବନ୍ଧରେ ଅନେକ ଥର ବିବୃତ୍ତି ମଧ୍ଯ ଦେଇଛନ୍ତି। ସେ ସପ୍ତାହରେ ୭୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇଛନ୍ତି। ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ।

ଭାରତୀୟ କର୍ପୋରେଟ୍ ଜଗତରେ ୱାର୍କ ଲାଇଫ୍ ବାଲାନ୍ସକୁ ବ୍ୟକ୍ତିଗତ ପସନ୍ଦର ବିଷୟ ବୋଲି କହିଛନ୍ତି ଗୌତମ ଆଦାନୀ। ସେ ଆହୁରି ମଧ୍ୟ କହିଛନ୍ତି, “ତୁମର ୱାର୍କ ଲାଇଫ୍ ବାଲାନ୍ସ ବିଷୟରେ ତୁମର ଧାରଣା ମୋ ଉପରେ ଲାଗୁ କରାଯିବା ଉଚିତ ନୁହେଁ ଏବଂ ମୋର ଧାରଣା ତୁମ ଉପରେ ମଧ୍ଯ ଲାଗୁ ହେବ ନାହିଁ।

ଉଦାହରଣ ସ୍ବରୁପ, ଜଣେ ବ୍ୟକ୍ତି ନିଜ ପରିବାର ସହିତ ଚାରି ଘଣ୍ଟା ବିତାଇଥାଏ ଏବଂ ଏଥିରେ ଆନନ୍ଦ ମଧ୍ଯ ପାଇଥାଏ। ସେହିପରି ଯଦି ଅନ୍ୟ କେହି ଦିନକୁ ଆଠ ଘଣ୍ଟା ବିତାଇ ମଧ୍ୟ ଖୁସି ହୋଇପାରେ।, ତାହା ହେଉଛି ତାଙ୍କର ୱାର୍କ ଏବଂ ପର୍ସନାଲ୍ ଲାଇଫ୍ ବାଲାନ୍ସ| ତେବେ ଯଦି ତୁମେ ନିଜ ପରିବାର ସହିତ ଆଠ ଘଣ୍ଟା ବିତାଇବ ତାହେଲେ ପତ୍ନୀ ଛାଡି ପଳାଇବ ବୋଲି ସେ ମଜାଳିଆ ଢଙ୍ଗରେ କହିଛନ୍ତି। ”

Comments are closed.