Latest Odisha News

BREAKING NEWS

ଶାହୀଦ ଆଫ୍ରିଦୀଙ୍କୁ ଗୌତମଙ୍କ ଗମ୍ଭୀର ଜବାବ : ‘କଶ୍ମୀର ତୁମକୁ ମିଳିବ ନାହିଁ’

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହୀଦ ଆଫ୍ରିଦୀଙ୍କୁ ଭାରତର ପୂର୍ବତନ କ୍ରିକେଟର ଏବଂ ସାଂସଦ ଗୌତମ ଗମ୍ଭୀର କଡା ସମାଲୋଚନା କରିଛନ୍ତି । ଆଫ୍ରିଦୀ ନିକଟରେ କଶ୍ମୀର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅଭଦ୍ର ଭାଷାର ପ୍ରୟୋଗ କରିଥିଲେ । ସେ ମୋଦୀଙ୍କ ଭୟାଳୁ ଓ ମାନସିକ ରୋଗୀ ବୋଲି କହିଥିଲେ ।

ଏହାର ଜବାବରେ ଗମ୍ଭୀର କହିଛନ୍ତି ଜଜମେଂଟ ଡେ (ଫୈସଲାର ଦିନ) ପର୍ଯ୍ୟନ୍ତ କଶ୍ମୀର ତୁମକୁ ମିଳିବ ନାହିଁ । ବାଂଲାଦେଶ କଥା ମନେ ଅଛି ନା ଭୁଲି ଗଲଣି । ପୂର୍ବରୁ ଆଫ୍ରିଦୀ ମଧ୍ୟ କଶ୍ମୀର ନେଇ ଭାରତକୁ ଟାର୍ଗେଟ କରି ଆସିଛନ୍ତି । ସୂଚନାଯୋଗ୍ୟ କିଛି ଦିନ ତଳେ ହରଭଜନ ସିଂ ଓ ଯୁବରାଜ ସିଂ ପାକିସ୍ତାନ କ୍ରିକେଟର ଆଫ୍ରିଦୀଙ୍କ ସଂସ୍ଥାକୁ ଅର୍ଥ ଦାନ କରି ଟ୍ରୋଲ ହୋଇଥିଲେ ।

Leave A Reply

Your email address will not be published.