Latest Odisha News

BREAKING NEWS

ତାଲାବନ୍ଦ ପାର୍ଟ-୪: କ’ଣ ରହିବ ଖୋଲା କ’ଣ ରହିବ ବନ୍ଦ ଜାଣନ୍ତୁ

ନୂଆଦିଲ୍ଲୀ: ସାରା ଦେଶରେ ବଢ଼ିଲା ଲକଡାଉନ ଅବଧି । ଲାଗୁହେଲା ତାଲାବନ୍ଦର ପାର୍ଟ-୪ । କରୋନା ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସାରା ଦେଶରେ ଲକଡାଉନ୪.୦ ଲାଗୁ କରିବା ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ମେ’ ୩୧ ଯାଏଁ ଏହାକୁ ବୃଦ୍ଧି କରାଯାଇଛି । ତେବେ ଏହି ସମୟରେ କ’ଣ ସବୁ ଖୋଲା ରହିବ ଆଉ କେଉଁ ସବୁ କଟକଣା ଜାରି ରହିବ ସେ ନେଇ ଗାଇଡଲାଇନ ଜାରି କରାଯାଇଛି  ।

ଗାଇଡଲାଇନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ରାଜ୍ୟ ସରକାର ଏଣିକି ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ନିର୍ଦ୍ଧାରଣ କରିବେ । ସେହିପରି ବର୍ତ୍ତମାନ ତିନିଟି ଜୋନ ବଦଳରେ ୫ଟି ଜୋନ ରହିବ । ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ସହ ବଫର ଓ କଣ୍ଟେନମେଣ୍ଟ ଜୋନ ମଧ୍ୟ ରାଜ୍ୟ ସରକାର ସ୍ଥିର କରିବେ । ମୋଟାମୋଟି ଲକଡାଉନ-୪.୦ରେ ରାଜ୍ୟ ସରକାରମାନଙ୍କୁ ପ୍ରମୁଖ ଦାୟିତ୍ୱ ଦିଆଯାଇଛି ।

ଗାଇଡଲାଇନରେ କୁହାଯାଇଛି ଯେ ସ୍କୁଲ, କଲେଜ ହୋଟେଲ, ସିନେମା ହଲ, ରେଷ୍ଟୁରାଂଟ, ଜିମ, ସୁଇମିଂପୁଳ, ପାର୍କ, ଥିଏଟର, ବାର୍ ଆଦି ବନ୍ଦ ରହିବ । ଧର୍ମାନୁଷ୍ଠାନ ଗୁଡିକ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ । ଘରୋଇ ଓ ଆର୍ନ୍ତଜାତୀୟ ବିମାନ ସେବା ମଧ୍ୟ ବନ୍ଦ ରହିବ । ସର୍ବସାଧାରଣ ସ୍ଥାନରେ ମଦ ପାନ, ଗୁଟଖା ଖାଇବା ମନା ।

ମେଟ୍ରେସେବା ଉପରେ କଟକଣା ଲଗାଯାଇଛି । ରାଜ୍ୟ ଓ ରାଜ୍ୟ ଭିତରେ ବୁଝାମଣା ମଧ୍ୟରେ ବସ ଚାଲିବ । ସର୍ବ ସାଧାରଣ ସ୍ଥାନ ଓ କାର୍ଯ୍ୟକ୍ଷେତ୍ରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ସର୍ବସାଧାରଣ ସ୍ଥାନ ଓ କାର୍ଯ୍ୟକ୍ଷେତ୍ରରେ କିମ୍ବା ବାହାରେ ଛେପ ପକାଇଲେ ଜୋରିମାନା ଦେବାକୁ ପଡିବ ।

ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ କର୍ଫ୍ୟୁ ଜାରି ରହିବ । କଟେଂନମେଂଟ ଜୋନ୍‌ରେ ଅଧିକ କଟକଣା ଲାଗୁ ହେବ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଗତିବିଧିକୁ ଅନୁମତି ମିଳିବ । ସାମାଜିକ, ରାଜନୈତିକ ଓ କ୍ରୀଡା ସମ୍ବନ୍ଧୀୟ କାର୍ଯ୍ୟ ବନ୍ଦ ରହିବ ।

ଯେଉଁ ଗତିବିଧି ଉପରେ କଟକଣା ଜାରି କରାଯାଇନି ତାହା ଜାରି ରହିବ । କୌଣସି ସ୍ଥାନରେ ବି ମାଲ ପରିବହକୁ ବାଧା ଦିଆଯିବ ନାହିଁ । ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ କର୍ଫ୍ୟୁ ଜାରି ରହିବ । ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ ପାଇଁ ଗୃହ ମନ୍ତ୍ରାଳୟ ପରାମର୍ଶ ଦେଇଛି ।

Leave A Reply

Your email address will not be published.