Latest Odisha News

BREAKING NEWS

ମୁଖ୍ୟ କୋଚ ପାଇଁ ଏକମାତ୍ର ଆବେଦନକାରୀ ଗମ୍ଭୀର: ଟିମ୍ ପାଇଁ ବାଧ୍ୟବାଧକତା ନା ଆବଶ୍ୟକତା?

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଦଳର କୋଚ୍ ପଦ ପାଇଁ ଆବେଦନ କରିଥିବା ଏକମାତ୍ର ଆବେଦନକାରୀ ଗୌତମ ଗମ୍ଭୀର ମଙ୍ଗଳବାର ଜୁମ୍ କଲ୍ ଜରିଆରେ କ୍ରିକେଟ୍ ପରାମର୍ଶଦାତା କମିଟି ସମ୍ମୁଖରେ ସାକ୍ଷାତକାର ଦେବେ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଚାଲିଥିବା ଟି-୨୦ ବିଶ୍ୱକପ୍ ପରେ ବର୍ତ୍ତମାନର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମେ’ ମଧ୍ୟଭାଗରେ ଏହି ପଦ ପାଇଁ ଆବେଦନ ଆହ୍ୱାନ କରିଥିଲା ଏବଂ ଆଇପିଏଲ୍ ଫାଇନାଲର ପରଦିନ ମେ’ ୨୭ ତାରିଖ ଥିଲା। ନୂଆ କୋଚଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୪ରୁ ଆରମ୍ଭ ହୋଇ ୨୦୨୭ ଡିସେମ୍ବର ୩୧ରେ ଶେଷ ହେବ।

ଏହି ପଦ ପାଇଁ ଗମ୍ଭୀର ହିଁ ଏକମାତ୍ର ଆବେଦନକାରୀ ରହିଛନ୍ତି। ଜୁମ୍ କଲରେ ସାକ୍ଷାତକାର ପରେ ସିଏସି ଏହାର ସୁପାରିସ ବିସିସିଆଇକୁ ପ୍ରଦାନ କରିବ ଏବଂ ଏହା ପରେ ବୋର୍ଡ ଆନୁଷ୍ଠାନିକ ଘୋଷଣା କରିବ। ତେବେ ଗମ୍ଭୀରଙ୍କ ନାମ ଚର୍ଚ୍ଚାକୁ ଆସିବା ପରେ ସେ କୁଆଡେ ବିସିସିଆଇ ସହ କିଛି ସର୍ତ୍ତ ରଖିଥିବା କୁହାଯାଉଛି। ଯେପରିକି ଖାଲି କୋଚର ଭୂମିକା ନୁହଁ ବରଂ ଖେଳାଳି ଚୟନରେ ବି ତାଙ୍କର ଭୂମିକା ରହିବା ନେଇ ଦାବି କରିଥିବା କୁହାଯାଉଛି। ଯାହାକୁ ଏବେ ବିସିସିଆଇ ମାନିନେଇଥିବା କୁହାଯାଉଛି।

ଗମ୍ଭୀର ବର୍ତ୍ତମାନର ଆଇପିଏଲ୍ ଚାମ୍ପିୟନ କୋଲକାତା ନାଇଟ୍ ରାଇଡର୍ସର ମେଣ୍ଟର ମଧ୍ୟ ରହିଛନ୍ତି। ସିଏସିରେ ପୂର୍ବତନ କ୍ରିକେଟର ଅଶୋକ ମାଲହୋତ୍ରା, ଯତୀନ ପରଂଜପେ ଓ ସୁଲକ୍ଷ୍ନା ନାୟକ ରହିଛନ୍ତି।

ସଲିଲ ଅଙ୍କୋଲାଙ୍କ ସ୍ଥାନରେ ଜଣେ ଚୟନକର୍ତ୍ତା ଖୋଜିବା ପାଇଁ ସିଏସି ଦ୍ୱାରା ସାକ୍ଷାତକାର ମଧ୍ୟ ଅନୁଷ୍ଠିତ ହେବ। ଅଙ୍କୋଲା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଉଭୟ ପଶ୍ଚିମ ଜୋନରୁ ଅଛନ୍ତି, ତେଣୁ ନୂଆ ଚୟନକର୍ତ୍ତା ଉତ୍ତର ଜୋନରୁ ହେବାର ସମ୍ଭାବନା ରହିଛି।

ଗତ ବର୍ଷ ଜୁଲାଇରେ ଅଗରକରଙ୍କୁ ନିଯୁକ୍ତି ଦିଆଯାଇଥିଲା । ଷ୍ଟିଂ ଅପରେସନ ପରେ ଇସ୍ତଫା ଦେଇଥିବା ଚେତନ ଶର୍ମାଙ୍କ ସ୍ଥାନରେ ଅଗରକରଙ୍କୁ ନିଯୁକ୍ତି ଦିଆଯାଇଥିଲା। ଅଗରକର ଦାୟିତ୍ୱ ନେବା ସମୟରେ ଅଙ୍କୋଲା ପୂର୍ବରୁ ଚୟନକର୍ତ୍ତା ଥିଲେ।

ବିସିସିଆଇ ଦ୍ୱାରା ତାଲିକାଭୁକ୍ତ ନୂଆ ମୁଖ୍ୟ ପ୍ରଶିକ୍ଷକଙ୍କ କେତେକ ଆବଶ୍ୟକତା ରହିଛି। ଯେପରିକି ସେ ଶୀର୍ଷ ଖେଳାଳିଙ୍କ ସହ କାମ କରିବାର ଚାପକୁ ସମ୍ଭାଳିପାରୁଥିବେ ଏବଂ ଉଚ୍ଚ ଆଶା ପୂରଣ କରିବାକୁ ନୂଆ ମୁଖ୍ୟ ପ୍ରଶିକ୍ଷକ ପ୍ରସ୍ତୁତ ରହିବା ଆବଶ୍ୟକ। ସେ ଏକ ବିଶ୍ୱସ୍ତରୀୟ ଭାରତୀୟ କ୍ରିକେଟ ଦଳ ଗଠନ କରିବାକୁ ଲକ୍ଷ୍ୟ ରଖିବା ଉଚିତ। ଯାହା ସମସ୍ତ ପରିସ୍ଥିତି ଏବଂ ଫର୍ମାଟରେ ଶ୍ରେଷ୍ଠ ପ୍ରଦର୍ଶନ କରିବ। ଖେଳ ପ୍ରତି ତାଙ୍କର ଆଭିମୁଖ୍ୟ ବର୍ତ୍ତମାନ ଏବଂ ଭବିଷ୍ୟତର କ୍ରିକେଟର ଏବଂ ଭାରତୀୟ କ୍ରିକେଟ୍ ସହ ଜଡ଼ିତ ସମସ୍ତଙ୍କୁ ପ୍ରେରଣା ଦେବା ଉଚିତ।

ତେବେ କାହିଁକି ଗମ୍ଭୀର?

ଯଦି ଏସବୁକୁ ଦେଖିବା ତାହେଲେ ଗମ୍ଭୀର ମୁଖ୍ୟ କୋଚ ପାଇଁ ଦାବିଦାର। ସେ ଟିମ୍ ଇଣ୍ଡିଆରେ ଖେଳିବା ସମୟରେ ଦଳ ବିଶ୍ୱକପ ହାତେଇଛି। ଓପନିଂ ବ୍ୟାଟିଂ କରୁଥିବା ଏହି ପୂର୍ବତନ କ୍ରିକେଟର ଚାପରେ ମଧ୍ୟ ରନ୍ କାଢିବାରେ ମାହିର। ସେହିପରି ପଡିଆରେ ଖେଳିବା ବେଳେ ଖେଳୁଆଡ ମନୋଭାବ ରହିଥାଏ। ମ୍ୟାଚ ଶେଷ ଯାଏ ଜଣେ ଖେଳାଳି ଭାବେ ତାଙ୍କ ହାବଭାବରେ ଯେଉଁ ଆଭିମୁଖ୍ୟ ରହିବା କଥା ତାହା ଥାଏ। ଏହାବାଦରେ ସେ ଆଇପିଏଲରେ ମଧ୍ୟ କୋଲକାତା ନାଇଟ ରାଇଡର୍ସର ନେତୃତ୍ବ ନେଇ ଦଳକୁ ବିଜୟ କରାଇଛନ୍ତି। ଏମିତିକି ମେଣ୍ଟର ଭାବେ ଲୌକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ କେକେଆରକୁ ସଫଳତା ଦେଇଛନ୍ତି।

Leave A Reply

Your email address will not be published.