Latest Odisha News

BREAKING NEWS

ଗୌତମ-ଟିନାଙ୍କ ସମ୍ପର୍କ ନେଇ ଚର୍ଚ୍ଚା, ମୁହଁ ଖୋଲିଲେ ଗୌତମ

ମୁମ୍ବାଇ: ‘ବିଗ୍ ବସ୍ ସିଜିନ୍ ୧୬’ ପ୍ରତିଯୋଗୀ ସାଜିଥିବା ଅଭିନେତ୍ରୀ ଟିନା ଦତ୍ତା ଓ ଅଭିନେତା ଗୌତମ ବିଗ୍‌ଙ୍କ ମଧ୍ୟରେ ସମ୍ପର୍କକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ତେବେ ଶୋ ଛାଡିବା ଟିନା ଓ ଗୌତମଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ଆଲୋଚନା ଜୋର ଧରିଛି । କାରଣ ଏବେ ଉଭୟଙ୍କୁ ଅନେକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳୁଛି ।

BjdElectrycity

ସୋସିଆଲ ମିଡିଆରେ ଏଭଳି ପ୍ରଚାର ହେଉଛି ଯେ, ଉଭୟ ପରସ୍ପରକୁ ଡେଟ କରୁଛନ୍ତି । ଏବେ ଗୌତମ ଟିନାଙ୍କ ସହ ଥିବା ସମ୍ପର୍କ ଉପରେ ନୀରବତା ଭାଙ୍ଗିଛନ୍ତି । ଗୌତମ କହିଛନ୍ତି, ଲୋକମାନେ ମୋର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ବହୁତ ଆଗ୍ରହୀ । ମୁଁ କାହା ସହିତ ଡେଟ କରୁଛି କି କ’ଣ କରୁଛି ସବୁ ଜାଣିବାକୁ ପାଇଁ ଆଗ୍ରହ ରଖୁଛନ୍ତି । ଏମାନଙ୍କ ଜବାବର ଉତ୍ତର ନ ଦେଇ ଚୁପ୍ ରହିବା ମୋ ମୋତେ ଭଲ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି , ମୋର ଓ ଟିନାଙ୍କ ସହ ଫଟୋ ଭାଇରାଲ ହେବା ପରେ ମୋ ବାବା,ମାଆ ମଧ୍ୟ ଏ ସମ୍ପର୍କରେ ପଚାରିଥିଲେ । ସେ କେବଳ ମୋର ଜଣେ ଭଲ ସାଙ୍ଗ । ମୋ ଜୀବନରେ କେହି ଆସିଲେ ଆଗ ତୁମେମାନେ ହିଁ ଜାଣିବ ବୋଲି ଗୌତମ କହିଥିଲେ ।

Leave A Reply

Your email address will not be published.