Latest Odisha News

BREAKING NEWS

ଆସନ୍ତୁ ଜାଣିବା ସୁନୀଲ ଗାଭାସ୍କର କାହାକୁ କହିଲେ କ୍ରିକେଟିଂ ଜିନିୟସ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ରୋମାଂଚକର ସେମିଫାଇନାଲରେ ବିଜୟ ହାସଲ କରି ଟିମ ଇଣ୍ଡିଆ ଟି୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ଭାରତ ପୂନର୍ବାର ଇତିହାସ ରଚିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ମୋ ମତରେ ଏହା ନିଶ୍ଚିତ ଭାବେ ଏକ ରୋମାଂଚକର ଫାଇନାଲ ହେବ ବୋଲି ସେ କହିଛନ୍ତି । ନ୍ୟୁଜିଲାଣ୍ଡ ଚମତ୍କାର କ୍ରିକେଟ ଖେଳି ଫାଇନାଲକୁ ଆସିଛି । ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତୀୟ ଖେଳାଳିମାନେ ଧୈର୍ଯ୍ୟହରା ନ ହେବା ଏକ ବଡ କଥା ବୋଲି ଲିଟିଲ ମାଷ୍ଟର କହିଛନ୍ତି ।

ଏହି ଅବସରରେ ଅକ୍ଷର ପଟେଲଙ୍କୁ ଗାଭାସ୍କର କ୍ରିକେଟିଂ ଜିନିୟସ କହିଛନ୍ତି । ଅକ୍ଷର ବାଉଣ୍ଡ୍ରି ଲାଇନ ନିକଟରେ ସନ୍ତୁଳନ ରଖିବା ସହ ୱିଲ ଜ୍ୟାକ୍ସ କ୍ୟାଚ ନେବା ଏବଂ ହ୍ୟାରୀ ବ୍ରୁକଙ୍କୁ ଆଉଟ କରିବା ନିଶ୍ଚିତ ଭାବେ ଭାରତ ବିଜୟର ମୂଖ୍ୟ କାରଣ ଥିଲା ବୋଲି ସେ କହିଛନ୍ତି । ସେ ଅବିଶ୍ୱସନୀୟ ଫିଲ୍ଡିଂ କରିଥିଲେ । ଫାଇନାଲରେ ମଧ୍ୟ ତାଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରୁଛି । ଭାରତ ପ୍ରଥମ ଟିମ ଭାବେ କ୍ରମାଗତ ଟାଇଟଲ ହାସଲ କରିବାକୁ ଯାଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.