କେପଟାଉନ: ଜିମ୍ବାୱେ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଇୟାନ ମୁଲ୍ଡର ୩୬୭ ରନର ଐତିହାସିକ ଇନିଂସ ଖେଳିଥିଲେ । ଦକ୍ଷିଣ ଆଫ୍ରିକାର ଏହି ଅଧିନାୟକଙ୍କ ନିକଟରେ ବ୍ରାଏନ ଲାରାଙ୍କ ରେକର୍ଡ ଭାଙ୍ଗିବା ସୁଯୋଗ ଥିଲେ ମଧ୍ୟ ସେ ଏହା କରି ନ ଥିଲେ । ପରେ ସମ୍ମାନ ଦୃଷ୍ଟିକୋଣରୁ ଲାରାଙ୍କ ରେକର୍ଡ ଭାଙ୍ଗିବାକୁ ସେ ଚାହିଁ ନ ଥିଲେ ବୋଲି କହିଥିଲେ । ଏବେ ୱେଷ୍ଟଇଣ୍ଡିଜର ପୂର୍ବ ଅଧିନାୟକ କ୍ରୀସ ଗେଲ କିନ୍ତୁ ମୁଲ୍ଡରଙ୍କୁ ସମାଲୋଚନା କରିଛନ୍ତି । ତାଙ୍କର ଏହି ସମାଲୋଚନା ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ଜୀବନ କାଳ ମଧ୍ୟରେ ଏ ଭଳି ସୁଯୋଗ ବାରମ୍ବାର ଆସି ନ ଥାଏ ।
ତୁମେ ଯଦି ମହାନ ଖେଳାଳିଙ୍କ ରେକର୍ଡ ନ ଭାଙ୍ଗିବ ତେବେ ତୁମେ କିପରି ମହାନ ହେବ ବୋଲି ଗେଲ ପ୍ରଶ୍ନ କରିଛନ୍ତି । ଆପଣ ବ୍ୟତୀବ୍ୟସ୍ତ ହୋଇ ପଡିଲେ । କଣ କରିବେ ସେ ନେଇ ଦ୍ୱନ୍ଦ୍ୱରେ ରହି ଏ ଭଳି ନିଷ୍ପତି ନେଲ । ମୋ ମତରେ ଏହା ଗ୍ରହଣୀୟ ନୁହେଁ ବୋଲି ଗେଲ କହିଛନ୍ତି । ମୁଡଲ୍ଟରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ ସହଜରେ ଜିତି ନେଇଥିଲା ।
Comments are closed.