ଅନୁଗୁଳ: ଇନୋଭା କାରରେ ଆସିଲେ। ଶାଢ଼ୀ ଦେଖିବା ବାହାନାରେ ୨୫ ଖଣ୍ଡ ପାଟ ଶାଢ଼ୀ ଲୁଟି ନେଲେ ମହିଳା ଲୁଟେରା ଦଳ । ୭ ଲକ୍ଷ ଟଙ୍କାର ଦାମୀ ସମ୍ବଲପୁରୀ ଶାଢ଼ି ନେଇ ଚମ୍ପଟ ମାରିଛନ୍ତି ୭ଜଣ ମହିଳା । ଅନୁଗୁଳ ଅମଲାପଡ଼ାର ‘ବୟନିକା’ରୁ ଶନିବାର ଅପରାହ୍ଣରେ ଏମିତି ବଡ଼ଧରଣର ଚୋରି ହୋଇଥିବାର ସୂଚନା ମିଳିଛି ।
ଖବରମୁତାବକ, ଶନିବାର ଦିନ ୧.୧୫ ବେଳକୁ ବୟନିକା ସାମ୍ନାରେ ଲାଗିଥିଲା ଏକ ଦାମୀ କାର୍ । କାରରୁ ୭ ଜଣ ମହିଳାଙ୍କ ସମେତ କାର୍ ଚାଳକ ଓହ୍ଲାଇ ଶୋରୁମ୍ ଭିତରକୁ ପଶିଲେ, ଶାଢ଼ୀ ଦେଖିବାର ବାହାନା କରି କର୍ମଚାରୀଙ୍କ ନଜର ହଟାଇଲେ । ଧୂର୍ତ୍ତ ମହିଳା ଜଙ୍ଘରେ ଏକାଧିକ ଦାମୀ ଶାଢ଼ି ଲୁଚାଇ ଥରକୁ ଥର କାରରେ ଛାଡି ଆସୁଥିଲେ । ମହିଳାମାନେ ଷ୍ଟୋର ଛାଡିବା ପୂର୍ବରୁ ପ୍ରାୟ ୭ ଲକ୍ଷ ଟଙ୍କାର ସମ୍ବଲପୁରୀ ଶାଢ଼ି ଚୋରାଇ ନେଇଥିଲେ ।
ଏସବୁ ଦୃଶ୍ୟ ବୟନିକା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏନେଇ ବୟନିକା କର୍ତ୍ତୃପକ୍ଷ ଥାନାରେ ମାମଲା ଦାଖଲ କରିବା ପରେ ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି।
କାରଟି ୫୫ ନମ୍ବର ଜାତୀୟ ରାଜପଥରେ ବଡ଼କେରା ଆଡ଼କୁ ଯାଇଥିବା ଜଣାପଡିଛି ।
Comments are closed.