Latest Odisha News

ହମାସ-ଇସ୍ରାଏଲ ମଧ୍ୟରେ ଆଜିଠୁ ଯୁଦ୍ଧ ବିରାମ : ପ୍ରଥମ ପର୍ଯ୍ୟାୟରେ ୧୩ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ

ନୂଆଦିଲ୍ଲୀ : ହମାସ-ଇସ୍ରାଏଲ ମଧ୍ୟରେ ଆଜିଠୁ ଯୁଦ୍ଧ ବିରାମ। ଆଜି ସକାଳ ୧୦ଟାରୁ ଅସ୍ତ୍ରବିରତି ଆରମ୍ଭ ହେବ। ୪ଦିନିଆ ଅସ୍ତ୍ରବିରତି ପାଇଁ ଉଭୟଙ୍କ ମଧ୍ୟରେ ଚୁକ୍ତି ହୋଇଛି । ଆଜି ପ୍ରଥମ ପର୍ଯ୍ୟାୟରେ ହମାସ ୧୩ଜଣ  ପଣବନ୍ଦୀଙ୍କୁ ମୁକ୍ତ କରିବ  । ୪ ଦିନରେ ୫୦ ପଣବନ୍ଦୀଙ୍କୁ ମୁକ୍ତି କରିବାକୁ ଉଭୟଙ୍କ ମଧ୍ୟରେ ଚୁକ୍ତି ହୋଇଛି ।

କାତାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପଣବନ୍ଦୀଙ୍କ ମୁକ୍ତି ପାଇଁ ହମାସ ଓ ଇସ୍ରାଏଲ ମଧ୍ୟରେ କଥାବାର୍ତ୍ତାରେ ମଧ୍ୟସ୍ଥତା କରିଥିଲା କାତାର। ଚୁକ୍ତି ଅନୁଯାୟୀ ୪ ଦିନ ଯୁଦ୍ଧ ବନ୍ଦ ରହିବ। ଯୁଦ୍ଧ ବିରାମ ଏବଂ ପଣବନ୍ଦୀଙ୍କ ମୁକ୍ତି ନେଇ ବୁଧବାର ସହମତ ହୋଇଥିଲେ ଦୁଇ ଦେଶ। ଇସ୍ରାଏଲ ଓ ହମାସ ମଧ୍ୟରେ ଅକ୍ଟୋବର ୭ରୁ ଯୁଦ୍ଧ ଚାଲିଛି । ଇସ୍ରାଏଲ ଗାଜା ସୀମା ମଧ୍ୟରେ ପ୍ରବେଶ କରି ହମାସଙ୍କୁ ଆକ୍ରମଣ କରିବାରେ ଲାଗିଥିଲା ।

ହମାସ ଆତଙ୍କବାଦୀମାନେ ପ୍ରାୟ ୧୨୦୦ ଲୋକଙ୍କୁ ମାରିଥିବା ବେଳେ ୨୪୦ଜଣଙ୍କୁ ବନ୍ଧକ ରଖିଥିଲେ । ତେଣୁ ଆଜି ପ୍ରାରମ୍ଭିକ ପର୍ଯ୍ୟାୟରେ ହମାସ ୫୦ଜଣ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରିବ । ଏହାର ଜବାବରେ ଇସ୍ରାଏଲ କେତେକ ଫିଲିସ୍ତାନୀ କଏଦୀଙ୍କୁ ଛାଡିପାରେ । ୪ ଦିନର ଯୁଦ୍ଧ ବିରାମ ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ କରାଯିବ । କତାର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ଅବଦୁଲରହେମାନ ଅଲ ଥାନୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ବୁଝାମଣା ନେଇ ସୂଚନା ଦେଇଥିଲେ ।

Leave A Reply

Your email address will not be published.