Latest Odisha News

BREAKING NEWS

ବାଇଡେନଙ୍କ ଗସ୍ତ ପୂର୍ବରୁ ଗାଜା ହସ୍ପିଟାଲରେ ରକେଟ୍ ମାଡ : ୫୦୦ରୁ ଉର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ : ବାଇଡେନଙ୍କ ଇସ୍ରାଏଲ ଗସ୍ତ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି । ଗାଜା ହସ୍ପିଟାଲ ଉପରେ ରକେଟ୍ ମାଡ ହୋଇଛି । ଫଳରେ ୫୦୦ ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଥିବା ଜଣାପଡିଛି । ଇସ୍ରାଏଲ ପକ୍ଷରୁ ରକେଟ୍ ମାଡ ହୋଇଥିବା ହମାସ ଅଭିଯୋଗ କରିଛି । ସେପଟେ ଇସ୍ରାଏଲ  ପ୍ରଧାନମନ୍ତ୍ରୀ ହମାସର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଆତଙ୍କବାଦୀଙ୍କ ପକ୍ଷରୁ ରକେଟ୍ ମାଡ ହୋଇଥିବା ସେ କହିଛନ୍ତି ।

ରକେଟ ମାଡର ଭିଡିଓ ଜାରି କରିଛି ଇସ୍ରାଏଲ ସେନା ।  ଇସ୍ରାମିକ ଜିହାଦ ରକେଟ ମାଡ କରିଥିବା IDF କହିଛି । ସେପଟେ ଆଜି ଇସ୍ରାଏଲ ଗସ୍ତ କରୁଛନ୍ତି  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଇସ୍ରାଏଲକୁ ସମର୍ଥନ କରି ଗସ୍ତ କରିଥିବାବେଳେ ସେଠାରେ ଇସ୍ରାଏଲର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଗାଜା ହସ୍ପିଟାଲ ବିସ୍ଫୋରଣ ପାଇଁ ସେ ଜୋର୍ଡାନ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି  ।

Leave A Reply

Your email address will not be published.