Latest Odisha News

BREAKING NEWS

ସୈତାନ ସାଜିଲା ମାଆ : ୪ବର୍ଷର ଝିଅକୁ ମାରି ଜଙ୍ଗଲରେ ପୋତି ଦେଲା !

ବାଲିଗୁଡା : ବାଲିଗୁଡା ସାରଙ୍ଗଡ ଥାନା ଗୁଟିଙ୍ଗିଆ ଗାଁରେ ଅଭାବନୀୟ ଘଟଣା ଘଟିଛି  । ଏକ ୪ ବର୍ଷର ଝିଅକୁ ତାର ମାଆ ହତ୍ୟା କରିଥିବା ଅଭିଯୋଗ ହୋଇଛି  । ଜଙ୍ଗଲରୁ ମୃତଦେହ ଜବତ ସହ ମାଆକୁ ଅଟକ ରଖିଲା ପୋଲିସ । ପାରିବାରିକ କଳହରୁ  ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା ରହୁଥିଲେ । କିଛି ଦିନ ହେବ ମାଆ ଝିଅଙ୍କର କୌଣସି ପତ୍ତା ମିଳୁନଥିଲା । ମହିଳାଙ୍କୁ ପରିବାର ଲୋକ ଠାବ କରିବା ପରେ ପୋଲିସକୁ କହିଥିଲେ । ସେପଟେ ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.