Latest Odisha News

BREAKING NEWS

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବିଜ୍ଞପ୍ତି ପ୍ରକାଶ ସହ ପ୍ରାର୍ଥୀ ଆଜିଠାରୁ ନାମାଙ୍କନ ପତ୍ର ମାର୍ଚ୍ଚ ୩୦ ତାରିଖ ଯାଏ ଦାଖଲ କରିପାରିବେ । ନାମାଙ୍କନ ପତ୍ର ଯାଞ୍ଚ ୩୧ ତାରିଖରେ ସରିବ । ସେହିଭଳି ଏପ୍ରିଲ୍ ୩ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇ ପାରିବ ।

୧୭ ତାରିଖରେ ପିପିଲି ବିଧାନସଭା ଆସନ ଲାଗି ମତଦାନ ଅନୁଷ୍ଠିତ ହେବ । ମେ’ ୨ ତାରିଖରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ । କୋଭିଡ୍ କଟକଣା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ମତଦାନ କରାଯିବ । କଂଗ୍ରେସ, ବିଜେଡି ଓ ବିଜେପି ତିନିଦନ ନିର୍ବାଚନକୁ ନେଇ ରଣନୀତି ଆରମ୍ଭ କରି ଦେଇଛନ୍ତି ।

Leave A Reply

Your email address will not be published.