Latest Odisha News

ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ନେବା ପରେ କିରାଣି କରୋନା ସଂକ୍ରମିତ

ବଲାଙ୍ଗିର: କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ନେବା ପରେ କରୋନା । ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟରତ ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀ ଦ୍ୱିତୀୟ ଡୋଜ୍ କରୋନା ଟିକା ନେବା ପରେ ବି କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିରାଣି ଭାବେ କାର୍ଯ୍ୟରତ କର୍ମଚାରୀ ଜଣଙ୍କ ମାର୍ଚ୍ଚ ୧୦ ତାରିଖରେ କୋଭିଡ ଟିକାର ଦ୍ୱିତୀୟ ଡୋଜ୍ ନେଇଥିଲେ ।

ଟିକା ନେବା ପରେ ତାଙ୍କୁ ଜର ହୋଇଥିଲା । ତା’ପରେ ସେ କରୋନା ଟେଷ୍ଟ କରାଇଥିଲେ । ଆରଟି-ପିସିଆର୍ ଟେଷ୍ଟ ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର କୋଭିଡ୍ ୱାର୍ଡରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.