Latest Odisha News

BREAKING NEWS

ଜିବିଏସ୍ କବଳରେ ମହାରାଷ୍ଟ୍ର; ୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ମୁମ୍ବାଇ: ମହାରାଷ୍ଟ୍ରରେ ଗୁଇଲେନ୍ ବାରେ ସିଣ୍ଡ୍ରୋମ୍ (ଜିବିଏସ୍) ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି । ୧୪୯ ଜଣ ରୋଗୀଙ୍କ ମଧ୍ୟରୁ ୧୨୪ ଜଣଙ୍କଠାରେ ଜିବିଏସ ଭାଇରସ ଚିହ୍ନଟ ହୋଇଛି । ୨୮ ଜଣ ରୋଗୀ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି । ଆଜି ମଧ୍ୟ ୩ଟି ନୂଆ ମାମଲା ସାମ୍ନାକୁ ଆସିଛି । ଅଧିକାଂଶ ମାମଲା ପୁନେ ଏବଂ ପିମ୍ପରି ଚିଞ୍ଚୱଡ ନିକଟବର୍ତ୍ତୀ ଅଞ୍ଚଳର ।

ତେବେ ଏହି ଜିବିଏସ୍ ମାମଲା କେବଳ ମହାରାଷ୍ଟ୍ରର ପୁନେ ନୁହଁ ବରଂ ଅନ୍ୟ ରାଜ୍ୟରେ ମଧ୍ୟ କାୟାବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଆସାମରେ ମଧ୍ୟ ଏହି ଭାଇରସର ଏକ ମାମଲା ରିପୋର୍ଟ ହୋଇଛି । ଏକ ଘରୋଇ ହସ୍ପିଟାଲରେ ସନ୍ଦିଗ୍ଧ ଜିବିଏସ କାରଣରୁ ଜଣେ ୧୭ ବର୍ଷୀୟା ଝିଅର ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଥିଲା । ଆସାମରେ ଏହା ପ୍ରଥମ ଏପରି ଘଟଣା । ଡାକ୍ତରଖାନା ପକ୍ଷରୁ ଶନିବାର ଝିଅଟିର ମୃତ୍ୟୁ ରିପୋର୍ଟ କରିଥିଲେ କିନ୍ତୁ ହସ୍ପିଟାଲ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସରକାରୀ ସ୍ପଷ୍ଟୀକରଣ ହୋଇନାହିଁ ।

ସୂଚନାଯୋଗ୍ୟ, ଯେବେଠାରୁ କୋରୋନା ଭାଇରସ ବିଶ୍ୱକୁ କବଳିତ କରିଛି, ସେବେଠାରୁ ଅନେକ ପ୍ରକାରର ଭାଇରସ ବିଷୟରେ ଶୁଣିବାକୁ ମିଳିଛି ଯାହା ମଣିଷକୁ ପ୍ରଭାବିତ କରୁଛି । ଯଦିଓ ଏହି ଭାଇରସଗୁଡ଼ିକ କୋରୋନା ପରି ବିପଜ୍ଜନକ ନୁହେଁ, କିମ୍ବା ଏଗୁଡ଼ିକର ପ୍ରଭାବ କୋରୋନା ପରି ବ୍ୟାପକ ନୁହେଁ, ତଥାପି ମଣିଷକୁ ଏଗୁଡ଼ିକ ପ୍ରତି ସତର୍କ ରହିବାକୁ ପଡିବ ।

Comments are closed.