Latest Odisha News

ନେଦରଲାଣ୍ଡ ନେତା ଗୀର୍ଟ ୱିିଲ୍ଡର୍ସଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ଦୌଡରେ ଆଗରେ ରହିଥିବା ଗୀର୍ଟ ୱିଲ୍ଡର୍ସଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । କୁରାନ ଉପରେ ଅଧିକ ବିଶ୍ୱାସ ରଖୁଥିବା ମୁସଲମାନ ତୁରନ୍ତ ନେଦରଲାଣ୍ଡ ଛାଡିବାକୁ ସେ କହିଛନ୍ତି । ଯେଉଁମାନେ ଧର୍ମନିରପେକ୍ଷତା ବଦଳରେ ଅତ୍ୟଧିକ ଧର୍ମ ପ୍ରବଣ ସେମାନେ ଅନ୍ୟ ଇସଲାମିକ ଦେଶରେ ରହିପାରିବେ । ନେଦରଲାଣ୍ଡରେ ସେମାନଙ୍କ ପାଇଁ ସ୍ଥାନ ନାହିଁ । ଯଦି ଆପଣମାନେ ଆମ ଦେଶର ସମ୍ବିଧାନ ଓ ଲୋକତାନ୍ତ୍ରିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଉ ନାହାନ୍ତି ସେମାନଙ୍କ ପାଇଁ ଏହି ଜାଗା ଠିକ ନୁହେଁ । ପ୍ରଫେସର କୁମ୍ପସଙ୍କ ରିପୋର୍ଟ କହୁଛି ଦେଶରେ ଏବେ ବି ଏ ଭଳି ୭ ଲକ୍ଷ ମୁସଲମାନ ଅଛନ୍ତି । ମୁଁ ସେମାନଙ୍କୁ ଗେଟ ଆଉଟ କହିବାକୁ ଚାହୁଁଛି ।

ଏହା ବ୍ୟତୀତ ସେ ଦୃଢ଼ତା ସହକାରେ କହିଛନ୍ତି ମୁଁ ନିଶ୍ଚିତ ଭାବେ ନେଦରଲାଣ୍ଡର ପରବର୍ତୀ ପ୍ରଧାନମନ୍ତ୍ରୀ ହେବି । ଗୀର୍ଟଙ୍କ ପାର୍ଟିକୁ ଅଧିକ ସିଟ ମିଳିବା ଯୋଗୁ ସେ ଏବେ ଚର୍ଚ୍ଚାରେ ରହିଛନ୍ତି । ସେ ଖୋଲାଖୋଲି ଭାବେ ମୁସଲମାନ ଏବଂ ସେମାନଙ୍କ ଧର୍ମକୁ ଟାର୍ଗେଟ କରି ବିବାଦୀୟ ବୟାନ ଦେଇ ଆସିଛନ୍ତି । ସେ ଏହା ପୂର୍ବରୁ ଇସ୍ରାଏଲ-ଫିଲିସ୍ତାନୀ ବିବାଦ ନେଇ କହିଥିଲେ ସମସ୍ତ ଫିଲିସ୍ତାନୀଙ୍କୁ ଜୋର୍ଡାନ ସ୍ଥାନାନ୍ତରିତ କରାଗଲେ ଏହି ସଂଘର୍ଷର ଅନ୍ତ ଘଟିବ । ଭାରତର ନୂପର ଶର୍ମାଙ୍କ ବୟାନକୁ ମଧ୍ୟ ସେ ସମର୍ଥନ କରିଥିଲେ ।

Comments are closed.